ବଲିଉଡ ଫିଲ୍ମ ଜଗତର ମହାନାୟକ ବା ହିନ୍ଦୀ ସିନେମାର ” ସହଁଶାହା ” ଅମିତାଭ ବଚନ ଆଜି ତାଙ୍କର ଫିଲ୍ମ ଦୁନିଆର ଯାତ୍ରା ୫୦ ବର୍ଷ ର ପୁରାଣ ହୋଇଛି। ଦୀର୍ଘ ଦିନରୁ ନିଜର ପ୍ରଭାବ ଫିଲ୍ମ ଜଗତରେ କାୟମ ରଖିଛନ୍ତି କିନ୍ତୁ ଆପଣ ଜାଣିଛନ୍ତି କି ଅମିତାଭ ଙ୍କୁ ନିଜର ପ୍ରଥମ ଫିଲ୍ମ କରିବାପାଇଁ ପାରିଶ୍ରମିକ ଫଳ ସ୍ୱରୂପ କେତେ ଟଙ୍କା ମିଳିଥିଲା ? ତେବେ ଆସନ୍ତୁ ଜାଣିବା।

ନଭେମ୍ବର ୧୯୬୯ ମସିହାରେ ଅମିତାଭ ବଚନଙ୍କ ପ୍ରଥମ ଫିଲ୍ମ ” ସାତ ହିନ୍ଦୁସ୍ତାନୀ ” ରିଳିଜ଼ ହୋଇଥିଲା । ସେବେଠାରୁ ଆଜିଯାଏଁ ପଛକୁ ବି ଦେଖିନାହାନ୍ତି ଯାହା ଫଳରେ ସେ ତାଙ୍କ ଜେନେରେସନ ର ସମସ୍ତ ଅଭିନେତା ଫିଲ୍ମ ଜଗତରୁ ଦୁରେଇ ଯାଇଥିବା ବେଳେ ଆଜି ମଧ୍ୟ ତାଙ୍କର ସଫଳତା ଦେଖିବାକୁ ମିଳୁଛି।

ସେହି ସମୟର କଥା ଯେବେ ମହାନାୟକ ଅମିତାଭ ବଚନ ଙ୍କ ହୁନର ବା ପ୍ରତିଭା କୁ ଜାଣିପାରିବା ଭଳିଆ କୌଣସି ବ୍ୟକ୍ତି ଙ୍କ ନଜରକୁ ଆସି ପାରିନଥିଲେ ଅମିତାଭ। ଜୀବନର ଷ୍ଟ୍ରଗଲ ସମୟରେ ଯେବେ ଅମିତାଭ ବଚନ ଙ୍କୁ ଏହି ଫିଲ୍ମ ମିଳିଥିଲା ସେ ମିଳିଥିବା ପଇସା ବିଷୟରେ ଚିନ୍ତା ହିଁ କରିନଥିଲେ। କିନ୍ତୁ ପାରିଶ୍ରମିକ ଫଳ ସ୍ୱରୂପ ୫୦୦୦ ହଜାର ଟଙ୍କା ମିଳିଥିଲା। ଫିଲ୍ମକୁ ସେତେ ସକ୍ସେସ ମିଳିନଥିଲା କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଅମିତାଭ ଙ୍କ ଭଳି ଏହି ମହାନାୟକ ଙ୍କୁ ଦେଇଥିବାରୁ ଫିଲ୍ମ ଇତିହାସରେ ସର୍ବଦା ମନେ ରହିବ।