ବିନା କୌଣସି ବିଦାୟୀ ମ୍ୟାଚ ଖେଳି ଅନ୍ତର୍ଜାତୀୟ କ୍ରିକେଟ ରୁ ଅବସର ନେଇଥିବା ଯୁବରାଜ ସିଂହ ସନ୍ୟାସ ନେବାର ୫ ମାସ ପରେ ଭାରତୀୟ ଚୟନ କର୍ତା ତଥା ଏମଏସକେ ପ୍ରସାଦ ଙ୍କ ଅଧକ୍ଷତାରେ ହୋଉଥିବା ଚୟନ ପକ୍ରିୟା କୁ ସିଧା ସଳଖ ଆଙ୍ଗୁଳି ଦେଖାଇଛନ୍ତି ଏବଂ କହିଛନ୍ତି ଯେ ” ଏହା ସୁନିଶ୍ଚିତ ଯେ ଆମକୁ ଭଲ ଚୟନ କର୍ତା ଆବଶ୍ୟକ ଅଟେ ଏହା ସହ କହିଛନ୍ତି ଯେ ଯେବେ ଭାରତୀୟ ଦଳ ପାଇଁ ୧୫ ଜଣିଆ ଖେଳାଳି ଚୟନ କରାଯାଏ ସେମାନଙ୍କ ମଧ୍ୟରୁ କୌଣସି ଖେଳାଳିଙ୍କୁ ୩ କିମ୍ବା ୪ ଟି ଇନିଂସ ଖେଳିବାକୁ ସୁଯୋଗଦେଇ ଦଳରୁ ବାହାର କରିବା ଠିକ ନୁହେଁ ” ବରଂ ଅଧିକା ମ୍ୟାଚ ଖେଳିବା ସୁଯୋଗ ଦେବା ଦରକାର। ବିଶ୍ୱକପ ସମୟରେ ମଧ୍ୟ ତାଙ୍କ ସ୍ଥାନରେ ବିଜୟ ଶଙ୍କର ଙ୍କୁ ବି ଦଳରେ ସ୍ଥାନ ଦିଆଯାଇଥିଲା କିନ୍ତୁ ବିଶ୍ୱକପ ପରେ ଦଳରୁ ବାହାର କରି ଦିଆଗଲା । ଚୟନ କର୍ତାଙ୍କ ପାଇଁ ଏହା କୌଣସି ସହଜ କାମ ନୁହେଁ କିନ୍ତୁ ଏଭଳି ସୁଯୋଗ ନଦେବା ଅନୁଚିତ ବୋଲି କହିଛନ୍ତି ଯୁବରାଜ ।

ଯୁବରାଜ ସିଂ ଭାରତ ପାଇଁ ୧୭ ବର୍ଷ କ୍ରିକେଟ୍ ଖେଳିବାର ସୌଭାଗ୍ୟ ଅର୍ଜନ କରିଥିଲେ। ସେ ୨୦୦୦ ଅଣ୍ଡର ୧୯ ବିଶ୍ୱକପ ବିଜେତା ଦଳରେ ସେ ସାମିଲ ମଧ୍ୟ ଥିଲେ । ଠିକ ସେହି ବର୍ଷ ହିଁ ଭାରତ ସିନିୟର ଦଳରେ ସ୍ଥାନ ପାଇଁ କେନିୟା ବିରୁଦ୍ଧରେ କେନିୟାରେ ଆଇସିସି ନକଆଉଟ ମ୍ୟାଚରେ ଡେବ୍ୟୁ କରିଥିଲେ। ଯୁବରାଜ ୧୦ ଜୁନ ତାରିଖରେ ରେ ମୁମ୍ବାଇର ଏକ ହୋଟେଲ୍ ରେ ପ୍ରେସ୍ କନଫରେନ୍ସ ଦ୍ୱାରା ବିନା କୌଣସି ବିଦାୟୀ ମ୍ୟାଚ ଖେଳି ଅନ୍ତର୍ଜାତୀୟ କ୍ରିକେଟ ରୁ ଅବସର ନେବାର ଘୋଷଣା କରିଥଲେ।

ଯୁବରାଜ ସିଂହ ନିଜ କେରିୟରରେ ୩୦୪ ଟି ଏକଦୀବାସିୟ ମ୍ୟାଚ ଖେଳି ଛନ୍ତି ଏବଂ ୪୦ ଟି ଟେଷ୍ଟ ମ୍ୟାଚ ଏବଂ ୫୮ ଟି ଟି୨୦ ମ୍ୟାଚ ମଧ୍ୟ ଖେଳିଛନ୍ତି । ଏହାସହ ଟି୨୦ କ୍ରିକେଟ ରେ ଏକ ଓଭରରେ ଲଗାତାର ୬ ଟି ବଲରେ ୬ଟି ଛକ୍କା ମାରିବାର ରେକର୍ଡ ମଧ୍ୟ ରହିଛି ।