ଅଁଳା ନବମୀ : ଆପଣ ଜାଣିନଥିବେ ଅଁଳା ଗଛର ଉତ୍ପତ୍ତି ଏବଂ ଏହି ପରମ୍ପରା ରେ ଲୁଚି ରହିଥିବା ବୈଜ୍ଞାନିକ କାରଣ କଣ, ନିଶ୍ଚୟ ଜାଣନ୍ତୁ

କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥିକୁ ଅଁଳା ନବମୀ ବା ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଏ କୁହାଯାଏ। ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ। ଏବଂ ବିଶ୍ୱାସ ରହିଛି ଯେ,କାର୍ତ୍ତିକ ମାସ ଶୁକ୍ଲପକ୍ଷ ତିଥିରେ ଅଁଳା ଗଛ ମୂଳରେ ବସିବା ଏବଂ ଭୋଜନ କଲେ ବିଭିନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ କାହିଁକି ନା ଡାକ୍ତରୀ ଭାଷାରେ ବା ଚିକତ୍ସା ବିଜ୍ଞାନ ଭାଷା ଅନୁସାରେ ଅଁଳା ପ୍ରକୁତିର ଏକ ବରଦାନ ଅଟେ ଯାହା ଦ୍ଵାରା ଅନେକ ରୋଗ ନାଶ ହୋଇଥାଏ।

ଆସନ୍ତୁ ଜାଣିବା ଅଁଳା ଗଛର ମହତ୍ୱ : ହିନ୍ଦୁ ପରମ୍ପରା ଅନୁସାରେ ଏହି ବୃକ୍ଷର ଔଷଧୀୟ ଗୁଣ ରହିଛି ଏମିତିକି ଅଁଳା ଜୁସ ପ୍ରତେକ ଦିନ ପିଇବା ଦ୍ୱରା ପଚାନା ଶକ୍ତି ବଢିଥାଏ ଏବଂ ସମସ୍ତ ରୋଗର ମୂଳ ପେଟ ହୋଇଥିବାରୁ ଏହା ପେଟ ର ସମସ୍ତ ରୋଗକୁ ଦୂର କରିଥାଏ। ଏହା ସହ ତ୍ୱଚା ର ଚମକ ବା ସତେଯତା ଆଣିଥାଏ। ଏହି ସବୁ ଔଷଧି ଗୁଣ ଭରପୁର ମାତ୍ର ରେ ଭିଟାମିନ ସି ଏବଂ ଆଇରନ ମଧ୍ୟ ମିଳିଥାଏ। ଅଁଳା ଖାଇଲେ ଚୁଟିର ମଧ୍ୟ ଚମକ ବଢିଥାଏ,ଏହି ସବୁ କାରଣ ପାଇଁ ପୂର୍ବ ପୁରୁଷରୁ ଏହି ପରମ୍ପରା ପାଳନ କରାଯାଏ। ଅଁଳା ଗଛର ଛାଇରେ ଏଣ୍ଟିଭାଇରସ ଗୁଣ ରହିଥିବାରୁ ଆମକୁ ଜୀବନୀ ଶକ୍ତି ମିଳିଥାଏ। ମାନ୍ୟତା ଅନୁସାରେ ଏହି ଦିନରେ ମହିଳା ସନ୍ତାନ ପ୍ରାପ୍ତି ଏବଂ ସନ୍ତାନର ମଙ୍ଗଳକାମନା କରିବା ପାଇଁ ଅଁଳା ଗଛକୁ ପୂଜା କରିଥାନ୍ତି

ଆସନ୍ତୁ ଜାଣିବା ଆଜିର ପୂଜା ବିଧି : ମହିଳାମାନେ ସ୍ନାନ କରି ଅଁଳା ଗଛ ତଳେ ସଫାସଫି କରି ଅଁଳା ଗଛ ମୂଳରେ ଶୁଦ୍ଧ ଜଳ ସମର୍ପଣ କରିବେ। ଏହାପରେ ଗଛ ମୂଳେରେ କଞ୍ଚା କ୍ଷୀର ଢାଳି ପୂଜା କରିବେ ଏହା ପରେ ନାଲି ସୁତା ଧରି ୮ଥର ଅଁଳା ଗଛ ପରିକ୍ରମା କରିବେ ଏବଂ ଏହି ସୁତାକୁ ଗଛରେ ଗୁଡ଼େଇବେ। ଅଁଳାର ଉତ୍ପତ୍ତି କେଉଁଠୁ ହୋଇଥିଲା : ଯେତେବେଳେ ସମଗ୍ର ବିଶ୍ୱ ଜଳମଗ୍ନ ଥିଲା, ସେତେବେଳେ ସ୍ୱୟଂ ବ୍ରହ୍ମ ପଦ୍ମ ଫୁଲରେ ବସି ପରଂବ୍ରହ୍ମାଙ୍କୁ ତପସ୍ୟା ରେ ମଗ୍ନ ଥିଲେ ତପସ୍ୟା କରି କରି ତାଙ୍କ ଆଖିରୁ ଲୁହ ଗଡି ଯାଇଥିଲା। ବ୍ରହ୍ମଙ୍କ ଲୁହରୁ ଅଁଳା ଗଛର ଉତ୍ପତ୍ତି ହୋଇଥିଲା।

Leave a Reply