ପ୍ରିୟଙ୍କା ଚୋପ୍ରା ଦିଲ୍ଲୀରେ ତାଙ୍କର ଆଗାମୀ ଫିଲ୍ମ ” ହ୍ୱାଇଟ ଟାଇଗର ” ର ସୁଟିଙ୍ଗ କରୁଛନ୍ତି। ଦିଲ୍ଲୀର ବାତାବରଣ ଅତି ଭୟଙ୍କର ହୋଇଥିବା ବେଳେ ନିକଟରେ ପ୍ରିୟଙ୍କା ଏଇର ପିଓର ଫାୟାର ଲଗାଇ କାମ କରୁଥିବାର ଦେଖିବାକୁ ମିଳିଥିଲା। ପ୍ରିୟଙ୍କା ନିଜ ମୁହଁରେ ଏଇର ପିଓର ଫାୟାର ଲଗାଇ ଏକ ସେଲ୍ଫି ଉଠାଇ ନିଜ ଇନ୍ଷ୍ଟଗ୍ରାମ ରେ ପୋଷ୍ଟ କରିଥିଲେ।

ଦିଲ୍ଲୀରେ ବର୍ତମାନ ଭୟଙ୍କର ବାତାବରଣ ଦେଖାଇବାକୁ ମିଳୁଛି ବାୟୁ ପ୍ରଦୂଷଣ ଯୋଗୁଁ ନିଶ୍ୱାସ ପ୍ରଶ୍ଵାସ ନେବାରେ ସମସ୍ୟା ସୃଷ୍ଟି ହେବାର ଦେଖାଦେଇଛି। ଯାହା ବର୍ତମାନ ସୋସିଆଲ ମିଡ଼ିଆରେ ଭାଇରଲ ହେବାକୁ ଲାଗିଛି ଏବଂ କିଛି ଫଲୋର୍ସ ମଧ୍ୟ ଏହି ପୋଷ୍ଟ କୁ ନା ପସନ୍ଦ କରି ବିଭିନ୍ନ ପ୍ରକାର କମେନ୍ଟ ମଧ୍ୟ କରିଛନ୍ତି । ପ୍ରିୟଙ୍କା ଙ୍କୁ ଏମିତି ଜଣେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ମାଜ଼ାକ ମଧ୍ୟ ଉଡାଇଛନ୍ତି ।

ଏବଂ ଜଣେ ଟୋଲର୍ସ ଏମିତିକି ପ୍ରୀୟଙ୍କାଙ୍କୁ ମାଜ଼ାକ ମାଜ଼ାକ ରେ କହିଛନ୍ତି ଯେ ସିଗାରେଟ ପିଇବାରେ କୌଣସି ସମସ୍ୟା ହେଉନାହିଁ ପ୍ରଦୂଷଣ ରେ ଏଭଳି ସମସ୍ୟା ହୋଉଛି କି ! ଏଭଲିକି ଧୂମ୍ର ପାନ ଓ ପ୍ରଦୂଷଣ ରୁ ରକ୍ଷା ପାଇବା ପାଇଁ ମାସ୍କ ବା ଏଇର ପିଓର ଫାୟାର ଲଗାଇ ଥିବାରୁ ଟୋଲର୍ସ ହୋଇଛନ୍ତି ପ୍ରିୟଙ୍କା। ଏମିତିକି ମଧ୍ୟ ଦିଲ୍ଲୀରେ ବାତାବରଣ ଖରାପ ରହିଥିବାବେଳେ ଆଗରୁ ସମସ୍ତ ରେକର୍ଡ କାଟି ବାୟୁ ପାଲୁଶନ ପ୍ରାୟ ୮୦୦ ରେ ପହଞ୍ଚିସାରିଲାଣି।