ବଲିଉଡ ର ବାଦଶାହ ଶାହରୁଖ ଖାନ ୨ ନଭେମ୍ବର ରେ ୫୪ ବର୍ଷରେ ପଦାର୍ପଣ କଲେ। ତାଙ୍କ ପ୍ରଶଂସକ ଦୁଇ ତାରିଖ ଦିନ ବର୍ଷାରେ ଭିଜି ମଧ୍ୟ କିଙ୍ଗ ଖାନ ଙ୍କୁ ଜନ୍ମଦିନର ସୁଭେସ୍ଛା ଜଣେଇବା ପାଇଁ ତାଙ୍କ ଘର ” ମନ୍ନତ ” ବାହାରେ ଏକତ୍ରିତ ହୋଇ ଥିଲେ ଏବଂ ଜନ୍ମଦିନରେ ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ଆପଣ ଜାଣିଥିଲେ ଶାହରୁଖ ଖାନ ଟିଭି ଛୋଟ ପରଦାରୁ ନିଜର ପ୍ରତିଭା ଦେଖାଇ ବର୍ତମାନ ବଲିଉଡ ର କିଙ୍ଗ ଖାନ ହୋଇପାରିଛନ୍ତି।

ଏବଂ ଅନ୍ୟ ପକ୍ଷେରେ ଦୁବାଇ ଶାହରୁଖ ଖାନ ଜନ୍ମ ଦିନ କୁ ବହୁତ ସ୍ପେସିଆଲ ଭାବରେ ପାଳନ କରିଛି। ଦୁବାଇ ଓ ପୁରା ଦୁନିଆର ର ପ୍ରସିଦ୍ଧ ବୁର୍ୟ୍ଯ ଖାଲିଫା କୁ ଶାହରୁଖ ଖାନ ଙ୍କ ନାମରେ ସର୍ଜିତ କରାଯାଇଥିଲା। ଏମିତିକି ବଲିଉଡ ର ବାଦଶାହ ଶାହରୁଖ ଖାନ ଙ୍କ ସମଗ୍ର ଦୁନିଆରେ ଫେନ୍ସ ଅଛନ୍ତି।

ସୋସିଆଲ ମିଡିଆରେ ଭାଇରଲ ହୋଉଥିବା ଫୋଟ କୁ ଶାହରୁଖ ଖାନ ନିଜ ଟ୍ୱିଟର ଏକାଉଣ୍ଟ ରେ ସେୟାର କରି କହିଛନ୍ତି ଯେ ” ଆପଣଙ୍କ ଭଲ ପାଇବା ଓ ଦୟା ର ମୁ ଚିର ଋଣୀ ଏବଂ ଧନ୍ୟବାଦ ଏଭଳି ମୋ ଜୀବନକୁ ଉଜ୍ୱଳମୟ କରିଥିବାରୁ “।