ଏହି ସାଙ୍ଘାତିକ ଅଭିଯୋଗ ଆଣି ICC ସମସ୍ତ ଖେଳରୁ ୨ ବର୍ଷ ପାଇଁ ବାସନ୍ଦ କଲା ସାକିବ୍‌ ଙ୍କୁ ଜାଣନ୍ତୁ କଣ ଥିଲା ଅଭିଯୋଗ

ବାଂଲାଦେଶ ଟେଷ୍ଟ ଏବଂ ଟି୨୦ ଅଧିନାୟକ ଶକିବ ଅଲ୍‌ ହସନ ଙ୍କ ବର୍ତମାନ ଖରାପ ସମୟ ଚାଲିଛି କାହିଁକି ନା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ୱର ୧ ନମ୍ବର ଅଲରାଉଣ୍ଡର ସାକିବ୍‌ ଅଲ୍‌ ହାସନ୍‌ଙ୍କୁ ୨ ବର୍ଷ ପାଇଁ ସମସ୍ତ ପ୍ରକାରର କ୍ରିକେଟ ରୁ ବାସନ୍ଦ କରିଛି। ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାରର କ୍ରିକେଟ ଖେଳି ପାରିବେ ନାହିଁ। ବର୍ତମାନ ଶକ୍ତ ଧକ୍କା ଲାଗିଛି ବାଂଲାଦେଶ କାହିଁକିନା ନଭେମ୍ବର ୩ରୁ ବାଂଲାଦେଶ କ୍ରିକେଟ ଦଳର ଭାରତ ଟୁର୍‌ରେ ସାମିଲ ହୋଇ ପାରିବେ ନାହିଁ।

ତାଙ୍କ ନାମରେ ଏହା ଅଭିଯୋଗ ଥିଲା ଯେ ଆଇପିଏଲରେ ଜଣେ ଭାରତୀୟ ସନ୍ଦିଗ୍ଧ ବୁକି ଏହି ଅଲରାଉଣ୍ଡରଙ୍କ ସହିତ ଯୋଗାଯୋଗ କରିଥିବା ଅଭିଯୋଗ ରହିଛି। ଦୁର୍ନୀତି କାର୍ଯ୍ୟରେ ସାମିଲ ହେବାଲାଗି ତାଙ୍କୁ ତିନି ତିନି ଥର ପ୍ରଲୋଭିତ କରାଯାଇଥିଲେ ମଧ୍ୟ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଅବଗତ କରି ନ ଥିଲେ। ଆଇସିସି ଆଣ୍ଟି କରପସନ ନିୟମକୁ ଉଲଂଘନ କରିଥିବା ସାକିବୁଲ ମଧ୍ୟ ନିଜେ ସ୍ୱୀକାର କରିଛନ୍ତି।

ଆଇସିସିର ନିର୍ଦ୍ଦେଶ ଅନୁସାରେ ଶକିବ ଏକ ବର୍ଷ ସମ୍ପୂର୍ଣ୍ଣ ସସ୍‌ପେଣ୍ଡ ହେବେ। ଏବଂ ଯଦି ସେ ଆଇସିସିର ଦୁର୍ନୀତି ନିବାରଣ ନିୟମ ଉଲ୍ଲଂଘନ କରନ୍ତି ତେବେ ପୁଣି ୧୨ମାସ ସସ୍‌ପେଣ୍ଡ ହେବେ। ଆସନ୍ତା ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଏବଂ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ହେବାକୁଥିବା ବିଶ୍ୱ ଟି୨୦ରେ ମଧ୍ୟ ଖେଳି ପାରିବେ ନାହିଁ ।

Leave a Reply