ଦୁଇ ବର୍ଷର ଶିଶୁ ୯୦ ଫୁଟ ବୋରଓ୍ୱେଲ ଭିତରେ ଖସି ପଡି ୩ ଦିନ ପରେ ଉଦ୍ଧାର ଜାଣନ୍ତୁ କେମିତି ହେଲା ଏଭଳି ଘଟଣା

ତାମିଲନାଡୁର ତିରୁଚିରା ପଲ୍ଲୀ ଜିଲା ର ଏକ ବୋରଓ୍ୱେଲ ଭିତରେ ଦୁର୍ଭାଗ୍ୟବଶତଃ ତିନିଦିନ ହେଲା ଖସି ପଡିଥିବା ଏହି ଦୁଇ ବର୍ଷର ବାଳକ (ସୁଜିତ ବିଲସନ ) କୁ ବଞ୍ଚେଇବାରେ ବିଫଳ ହେଲା ଇଂଡିଆରଏଫ ଦଳ। ତିନିଦିନ ବା ପାଖାପାଖି ୮୦ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାର କରି ମେଡିକାଲ କୁ ନେବାପରେ ଡାକ୍ତର ମୃତ ଘୋଷଣା କରିଛନ୍ତି

ବାପା ମାଙ୍କ ସାଧାରଣ ଭାବରେ ସାମାନ୍ୟ ସାବଧାନ ଅଭାବରୁ ଶିଶୁଟି ଶୁକ୍ରବାର ଦିନ ପ୍ରାୟ ୫.୩୦ ଏହି ବୋରଓ୍ୱେଲ ଭିତରେ ଖସିପଡି ପ୍ରାୟ ୩୦ ଫୁଟ ତଳକୁ ଯାଇ ଅଟକି ଯାଇଥିଲା କିନ୍ତୁ ପରେ ଶିଶୁଟି ୯୦ ଫୁଟ ତଳକୁ ଖସିପଡି ଥିଲା । ବୋରଓ୍ୱେଲ ମଧ୍ୟକୁ ଏହି ଶିଶୁଟି ଖେଳୁଥିବା ବେଳେ ଖସିପଡିଥିଲା । ଶୁକ୍ରବାରରେ ଏହି ଶିଶୁଟି ଖସି ପଡିଥିବା ବେଳେ ମଙ୍ଗଳବାର ଭୋରୁ ତାର ମୃତ ଦେହକୁ ଉଦ୍ଧାର କରାଯାଇଛି । ଶରୀରଟି ପଚି ଯାଇଥିବା ବେଳେ ବୋର ଓ୍ୱେଲ ମଧ୍ୟରେ ଖସିପଡିଥିବାରୁ ଅନେକ ସ୍ଥାନ ଛିଡି ଯାଇଥିବା ଦେଖିବାକୁ ମିଳିଥିଲା ।

ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଚାଲିଥିଲା । ତାମିଲନାଡୁର ରାଜସ୍ୱ ପ୍ରଶାସକଙ୍କ ତତ୍ୱାବଧାନରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଥିଲା । ସୋମବାର ରାତିରେ ଏହି ବୋରଓ୍ୱେଲରୁ ଦୁର୍ଗନ୍ଧ ବାହାରିଥିଲା । ଉଦ୍ଧାର ପରେ ଆମ୍ବୁଲାନ୍ସରେ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା । ପରେ ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରାଯାଇଥିଲା।

Leave a Reply