ବିଷ୍ଣୁଙ୍କ ଦଶବତାରରୁ ପର୍ଶୁରାମ ଷଷ୍ଠ ଅବତାର ଥିଲେ ହେଲେ ଜାଣନ୍ତୁ କାହିଁକି ନିଜ ମାଙ୍କ ମୁଣ୍ଡ କାଟିଥିଲେ

ଆମମାନଙ୍କ ମଧ୍ୟରୁ ବହୁତ କମ ଲୋକେ ଜାଣିଥିବେ ଯେ ପର୍ଶୁରାମ ନିଜ ମାଙ୍କ ମୁଣ୍ଡ କାହିକିଁ କାଟିଦେଇଥିଲେ। ତେବେ ଆସନ୍ତୁ ଜାଣିବା କାହିଁକି ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ଋଷି ଜମଦଗ୍ନି ଓ ରେଣୁକାଙ୍କ ପାଞ୍ଚ ପୁତ୍ର ମଧ୍ୟରୁ ସବୁଠାରୁ ସାନ ପର୍ଶୁରାମ ଙ୍କ ବିଷୟରେ । ପ୍ରଥମେ ତାଙ୍କ ନାମ ରାମ ଥିଲା। ତେବେ ଶିବଙ୍କ ଠାରୁ ବରରେ ପ୍ରାପ୍ତ କରିଥିବା ପରଶୁ ଯୋଗୁ ପରେ ସେ ପର୍ଶୁରାମ ଭାବେ ପରିଚିତ ହୋଇଥିଲେ।

ପର୍ଶୁରାମ ବେଶ କ୍ରୋଧୀ ଥିଲେ । ପୁରାଣ ଶାସ୍ତ୍ର ଅନୁସାରେ ଦିନେ ରେଣୁକା ଆଶ୍ରମ ନିକଟସ୍ଥ ନଦୀକୁ ପାଣିଆଣିବାକୁ ଯାଇଥିଲେ ଏବଂ ସେଠାରେ ସେ ପାଣି ଆଣିବା ବେଳେ ଜଣେ ରାଜପୁତ୍ରଙ୍କୁ ଦେଖି ମୋହିତ ହୋଇଯାଇଥିଲେ। ଜମଦଗ୍ନୀ ଧ୍ୟାନବଳରେ ରେଣୁକାଙ୍କ ମନୋବସ୍ଥା ଜାଣିପାରି କ୍ରୋଧିତ ହୋଇଥିଲେ। ରେଣୁକା ବିଳମ୍ବରେ ଆଶ୍ରମରେ ଆସି ପହଞ୍ଚିବାରୁ ଜମଦଗ୍ନୀ ବଡପୁଅକୁ ମାତାଙ୍କ ବଧ ଲାଗି ନିର୍ଦ୍ଦେଶ ଦେଇଥିଲେ। ହେଲେ ସେ ତାହା ନ କରିବାରୁ ଜଣଜଣ କରି ୪ ପୁଅଙ୍କୁ ଏକା ନିର୍ଦ୍ଦେଶ ଦେଇ ବିଫଳ ହେବା ପରେ ଏଥିଲାଗି ପର୍ଶୁରାମଙ୍କୁ ନିର୍ଦ୍ଦେଶ ଦେଇ ମାତାଙ୍କ ସମେତ ୪ ଭ୍ରାତାଙ୍କୁ ବଦ୍ଧ କରିବାକୁ କହିଥିଲେ।

ପର୍ଶୁରାମ ପିତାଆଜ୍ଞା ପାଳନ କରିଥିଲେ। ଏଥିରେ ସନ୍ତୁଷ୍ଟ ହୋଇ ଜମଦ୍ୟଗ୍ନୀ ପର୍ଶୁରାମଙ୍କୁ ବର ପ୍ରଦାନ କରିଥିଲେ। ଏଥିରେ ସେ ତାଙ୍କ ମାତା ଓ ୪ ଭାଇଙ୍କୁ ପୂନର୍ଜୀବନ ଲାଗି ନିବେଦନ କରିବା ସହ ନିଜ ଲାଗି ଅଜୟ ବରକାମନା କରିଥିଲେ। ଏବଂ ପିତା ମଧ୍ୟ ତାଙ୍କର ସମସ୍ତ ମନ କାମନା ପୁରାଣ କରିଥିଲେ । ଏବଂ ଭାଇ ଓ ମାତାଙ୍କ ପ୍ରାଣ ରକ୍ଷା ବି କରିଥିଲେ।

Leave a Reply