ବାଦାମ ବିକୁଥିବା ଏହି ଅଲୋମ କେମିତି ହୋଇ ପାରିଲେ ବାଂଲାଦେଶର ରଜନୀକାନ୍ତ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ଜାଣିଥିବେ ଧାର୍ଯ୍ୟ ଓ ସାହସ ମଣିଷ ସଫଳ ହେବା ପାଇଁ ନିହାତି ଆବଶ୍ୟକ ଠିକ ସେମିତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଂଲା ଦେଶ ର ଅଭିନେତା ଆଲୋମ। ସେ ବଲିଉଡ ଅଭିନେତା ଶାହରୁଖ ଖାନ ଙ୍କୁ ନିଜର ପସନ୍ଦିତା ଷ୍ଟାର ବୋଲି ମାନନ୍ତି। ଅଲୋମଙ୍କ ଅସଲି ନାଁ ହେଉଛି ଅଶରଫୁଲ ଆଲମ।

ଫେସବୁକ ରୁ ଆରମ୍ଭ କରି ଇନ୍ଷ୍ଟଗ୍ରାମ ଓ ଟ୍ୱିଟର ରୁ ଆରମ୍ଭ କରି ୟୁଟୁବ ରେ ତାଙ୍କର ଭିଡିଓ ଦେଖିବାକୁ ମିଳୁଛି। ତାଙ୍କର ମୋଟା ୫୦୦ ରୁ ଅଧିକ ଭିଡିଓ କେବଳ ବାଂଲାଦେଶ ରେ ନୁହଁ ଇଣ୍ଡିଆରେ ମଧ୍ୟ ଦେଖିବାକୁ ମିଳୁଛି । ଅଭିନେତା ଅଲୋମଙ୍କୁ ପିଲାବେଳୁ ଅଭିନୟ କରିବାର ଆଗ୍ରହ ଥିଲା। ହେଲେ ତାଙ୍କ ପରିବାରର ସ୍ଥିତି ବହୁତ ଖରାପ ଥିଲା। ପରିବାର ଚଳାଇବା ପାଇଁ ତାଙ୍କ ବାପା ବାଦମ ବିକ୍ରି କରୁଥିଲେ। ଅଲୋମ ୧୦ ବର୍ଷର ଥିଲା ବେଳେ ଘର ଚଳାଇବା ପାଇଁ ଅଲୋମ ବାଦାମ ବିକ୍ରି କରିବା ଆରମ୍ଭ କରିଲେ।

ବାଦାମ ବିକ୍ରି କରିବା ପରେ ସେ ପ୍ରତିଦିନ ବିଡ଼ିଓ ଶୁଟିଂ କରିଥାନ୍ତି। ତାଙ୍କ ରେ ଏହି ଦୋକାନଙ୍କୁ ଆସୁଥିବା ଅବଧୂର ରଯାକ ନାମଙ୍କ ଏକ ବ୍ୟକ୍ତି ଅଲୋମ ଙ୍କୁ କେବଳ ଟିଭି ଓ ୟୁଟୁବ ରେ ନିଜ ବିଜ଼ୀନେସ କରିବା ପାଇଁ ଅଳ୍ପ ସାହାଯ୍ୟ କରିଥିଲେ ପରେ ତାଙ୍କର ୟୁଟ୍ୟୁବ ଚ୍ୟାନେଲ ସମଗ୍ର ବାଂଲାଦେଶ ସହ ଭାରତରେ ମଧ୍ୟ ପ୍ରସିଦ୍ଧ ହୋଇଯାଇଥିଲା। ତାଙ୍କ ଭାଗ୍ୟ ବଦଳିଗଲା ଓ ସେ ଷ୍ଟାର ହୋଇଗଲେ।ଏବେ ସେ ବାଂଲାଦେଶର ରଜନୀକାନ୍ତ ଭାବେ ପରିଚିତ। ତାଙ୍କର ଅଗଣିତ ସଂଖ୍ୟାର ଦର୍ଶକ ତାଙ୍କ ଭିଡିଓ ଦେଖିବା ପସନ୍ଦ କରନ୍ତି।

Leave a Reply