ସଂସାରରେ ଯେଉଁମାନେ ଜନ୍ମ ନେଉଛନ୍ତି ସେମାନଙ୍କର ମୃତ୍ୟୁ ସୁନିଶ୍ଚିତ ଏହା ଶ୍ରୀମଦ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି। ଯେକୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ଅନ୍ତିମ ଶବଯାତ୍ରା କରାଯାଇଥାଏ। ଯଦି କାହାର ଶବଯାତ୍ରା ଦେଖାଯାଏ ତେବେ ଆମକୁ ଏହି ୪ଟି ଶୁଭ କାମ ନିଶ୍ଚୟ କରିବା ଉଚିତ୍। ତେବେ ଆସନ୍ତୁ ଜାଣିବା କଣ ସେହି ଶୁଭ କାମ ଯାହା କଲେ ଆମକୁ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ କରାଯାଏ।

ପ୍ରଥମ, ଯଦି କୌଣସି ବ୍ୟକ୍ତି କାହାର ଅନ୍ତିମ ସବଯାତ୍ରାରେ ସାମିଲ ହୋଇ ଶବକୁ କାନ୍ଧ ଦେଇଥାଆନ୍ତି ତେବେ ତାଙ୍କ ପୁଣ୍ୟ ବୃଦ୍ଧି ହୋଇଥାଏ। ଏହି ବିଶ୍ବାସ ଯୋଗୁଁ ଅଧିକାଂଶ ଲୋକେ ଶବଯାତ୍ରାରେ ସାମିଲ ହୋଇ ଶବକୁ କାନ୍ଧ ଦେଇଥାଆନ୍ତି। ଦ୍ବିତୀୟ, ଯଦି ଅଜଣା ବ୍ୟକ୍ତିଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇପାରୁ ନାହିଁ ତେବେ ଶବଯାତ୍ରା ଦେଖିବାବେଳେ ଭଗବାନଙ୍କୁ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ପ୍ରାର୍ଥନା କରିବା ଉଚିତ୍।

ତୃତୀୟ, ତେବେ ଶିବପୁରାଣରେ କୁହାଯାଇଛି ଯେ ମୃତ୍ୟୁ ପରେ ଆତ୍ମା ପରମାତ୍ମାରେ ବିଲୀନ ହୋଇଯାଇଥାଆନ୍ତି। ଏହି କାରଣରୁ ଶବଯାତା ଦେଖିଲେ ରାମ ନାମ ଜପ କରିବା ଉଚିତ୍। ଏହା କଲେ ଶିବଙ୍କ କୃପା ମିଳିଥାଏ। ଯେକୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ଅନ୍ତିମ ଶବଯାତ୍ରା ରେ ଏସବୁ ଶୁଭ କାମ କଲେ ପୁଣ୍ୟ ମିଳିଥାଏ।