୭୦ ବର୍ଷର ମାଆଙ୍କୁ ନେଇ ୨୦ ବର୍ଷର ପୁରୁଣା ସ୍କୁଟରରେ ୪୮ ହଜାର କିଲୋମିଟର ତୀର୍ଥଯାତ୍ରା ଜାଣନ୍ତୁ କିଏ

କର୍ଣ୍ଣାଟକର ମଇଶୁର ରେ ରହି ଆସୁଥିବା ଦକ୍ଷିଣ ମୂର୍ତି କୃଷ୍ଣ କୁମାର ୧୬ ଜାନୁଆରୀ ୨୦୧୮ ରୁ ମାତୃ ସେବା ସଂକଳ୍ପ ଯାତ୍ରା ରେ ବାହାରିଛନ୍ତି ଆଶ୍ଚର୍ଯ୍ୟର କଥା ଏହା ଯେ ସେ ୭୦ ବର୍ଷୀୟ ନିଜ ମାଆଙ୍କୁ ନିଜ ସ୍କୁଟରରେ ବସାଇ ସହର ପରିକ୍ରମା କରୁଛନ୍ତି । ଗତ ଅଢେଇ ବର୍ଷ ମଧ୍ୟରେ ୧୮ ରୁ ଅଧିକା ରାଜ୍ୟର ସମସ୍ତ ତୀର୍ଥ ସ୍ଥାନ ବୁଲାଇ ସାରିଲେଣି।

ଏହା ସହ ସେ ନେପାଳ ଓ ଭୁଟାନ ମଧ୍ୟ ଯାଇସାରିଛନ୍ତି। ସେ ନିଜ ସ୍କୁଟରରେ ମାଆଙ୍କୁ ବସାଇ ୪୮ ହଜାର କିଲୋମିଟର ବୁଲାଇସାରିଲେଣି। ମାଙ୍କ ପ୍ରତି ଥିବେ ଏଭଳି ପ୍ରେମକୁ ଲୋକେ କହୁଛନ୍ତି ୨୧ ସ୍ୱତ୍ୱାଧି ର ଶ୍ରବଣ କୁମାର ବୋଲି। ମାଆଙ୍କ ସହ ଏଭଳି ଯାତ୍ରା କରିବା ପାଇଁ କ୍ରିଷ୍ଣା ବେଙ୍ଗୁଲୁର ରେ କର୍ପୋରେଟ ସେକ୍ଟର ରେ ଚାକିରୀ ଛାଡି ୨୦ ବର୍ଷ ପୁରୁଣା ଚେତକ ସ୍କୁଟର ରେ ମାଁ ଙ୍କୁ ନେଇ ବୁଲିବା ପାଇଁ ବାହାରି ପଡ଼ିଥିଲେ ।

କୃଷ୍ଣ ଏହା ମଧ୍ୟ କହୁଛନ୍ତି ଯେ କଣ ଆପଣ କଥା କହୁଥିବା ଭଗବାନ କୁ ଦେଖିଛନ୍ତି ! ଯଦି ନାହିଁ ତେବେ ଞ୍ଜ ବାପା ମାଆଙ୍କୁ ଦେଖନ୍ତୁ ବୋଲି କହିଛନ୍ତି । ଏହି ଯାତ୍ରା ର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଥିବା ବେଳେ ଆନନ୍ଦ ମହିନ୍ଦ୍ରା ଏହାକୁ ଦେଖି ଏକ ଟ୍ୱିଟ ମଧ୍ୟ କରି କହିଛନ୍ତି ଯେ ଏହା କେବଳ ଜଣେ ମାଆଙ୍କ ପାଇଁ ପ୍ରେମ ନାହିଁ ବରଂ ପୁରା ଭାରତ ଦେଶ ପାଇଁ ଗର୍ବର କଥା ଏବଂ କହିଛନ୍ତି ଯେ ଯଦି ସେ ତାଙ୍କ ସମ୍ପକରେ ଆସନ୍ତି ତାହାହେଲେ ତାଙ୍କୁ ମହିନ୍ଦ୍ର ତରଫରୁ କେଉଁଭି ୧୦୦ ଏନେକ୍ସଟି ଗିଫ୍ଟ ଦେବେ ଆଉ ଆଗକୁ ସେହି କାର ରେ ମାଙ୍କୁ ତୀର୍ଥ ଯାତ୍ରା କରିବାକୁ ନେବେ।

Leave a Reply