ବିଶ୍ୱ ରେକର୍ଡ : ଏ ବର୍ଷ ଦୀପାବଳି ରେ ଭବ୍ୟ ସ୍ଥାନ ଅଯୋଧ୍ୟାରେ ୟୋଗୀ ସରକାର ଙ୍କ ଅଧୀନରେ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଦୀପ ମହୋତ୍ସବ ଆୟୋଜନ ହେବ । ଉତ୍ତର ପ୍ରଦେଶର ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ ଏବଂ ସ୍ଥାନୀୟ ବିଭାଗୀୟ ଅଧିକାରୀ ଙ୍କ ତତ୍ୱାବଧନରେ ଏହି ବର୍ଷ ଗିନିଷ ବୁକ ଅଫ ୱାର୍ଲଡ ରେକର୍ଡ ଦିବ୍ୟ ଦୀପ ମହୋତ୍ସବ ଆୟୋଜନ କରିବା ପାଇଁ ୟୋଗୀ ସରକାର ଙ୍କ ନିଷ୍ପତି ନେଇଛନ୍ତି । କିନ୍ତୁ ଦୀପ ସଂଖ୍ୟା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଗତ ବର୍ଷ ୩ ଲକ୍ଷ ଦୀପ ଏକା ସାଙ୍ଗରେ ୪୫ ମିନଟ ପର୍ଯ୍ୟନ୍ତ ଜଳାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା ଏବଂ ଏତେ ପରିମାଣର ଦୀପ ଜଳାଇବା ପାଇଁ ପ୍ରାୟ ୪୦୦୦୦ ହଜାର ଲିଟର ତେଲ ର ଆବଶ୍ୟକତା ପଡିଥିଲା । କିନ୍ତୁ ଆଶ୍ଚର୍ଯ୍ୟର ଏ ବର୍ଷ ଗତ ବର୍ଷ ଅପେକ୍ଷା ଅଧିକ ଦୀପ ଜଳାଇବାର ଆୟୋଜନ କରାଯାଇଛି ।

ଉତ୍ତର ପ୍ରଦେଶର ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ ଏବଂ ସ୍ଥାନୀୟ ବିଭାଗୀୟ ଅଧିକାରୀ ଙ୍କ ତତ୍ୱାବଧନରେ ପ୍ରାୟ ୫୦୦୦ ହଜାର ଭଲିଣ୍ଟର ଙ୍କ ସହଯୋଗରେ ସରଯୁ ରେ ୫ ଟି ଘାଟ ଏବଂ ଅଯୋଧ୍ୟାରେ ଅବସ୍ତିତ ୯ ଟି ମନ୍ଦିର ସହ ୧୫ ଟି ସ୍ଥାନରେ ସର୍ବ ମୋଟ ୫.୫୧ ଲକ୍ଷ ଦୀପ ଏକ ସାଙ୍ଗରେ ଦୀପ ମହୋତ୍ସବ ଆୟୋଜନ କରି ନୂଆ ଗିନିଷ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇବା ।