ଶନିବାର ମୋଦିଙ୍କ ବାସ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଲିଉଡ୍ର ଅନେକ ନାମିଦାମୀ ସେଲିବ୍ରିଟି ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ଏମିତିକି ବିଶ୍ୱରେ ମୋଦିଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି। ଏବଂ ସବୁଠାରୁ ଅଧିକ ଫଲୋ କରୁଥିବା ଭାରତୀୟ ଭାବେ ଟୁଇଟରରେ ମୋଦିଙ୍କ ନାଁ ଆଗରେ ରହିଛି ।

ଏହି ପରିପେକ୍ଷୀରେ ପ୍ରଧାନ ମନ୍ତ୍ରୀଙ୍କ ସହ ସେଲ୍ଫି ନେବା ପାଇଁ ବେଶ୍ ଉତ୍ସାହିତ ହୋଇଥିଲେ ଏବି ବଲିଉଡ ଜଗତର ନାମିଦାମୀ ଷ୍ଟାର ମାନେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଙ୍କ ଠୁ ଆରମ୍ଭ କରି ରକୁଲ ପ୍ରିତ, ଏକତା କପୁର, କଙ୍ଗନା ରାନାଓ୍ବତଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ଏମାନଙ୍କ ବ୍ୟତିତ ଶାହାରୁଖ ଖାନ , ଆମିର ଖାନ, କପିଲ ଶର୍ମା ଏବଂ ରାଜକୁମାର ହିରାନୀ ମଧ୍ୟ ମୋଦିଙ୍କ ସହ ବେଶ୍ ଉତ୍ସାହିତ ଢଙ୍ଗରେ ସେଲ୍ଫି ନେଉଥିବା ଦେଖାଯାଇଛି। ଏବଂ କିଙ୍ଗ ଖାନ ଫିଲ୍ମ ଇଣ୍ଡଷ୍ଟ୍ରି କିଛି ଉଭଦନ ଦେଇଥିଲେ ଏବଂ ପ୍ରଧାନ ମନ୍ତ୍ରୀ ମୋଦି ମଧ୍ୟ ବଲିଉଡ ଜଗତର ଏହି ତାରକା ମାନଙ୍କୁ କହିଥିଲେ ଯେ ଏକଦା ଫିଲ୍ମ ମାଧ୍ୟମରେ ମଣିଷ ସମାଜ ଉପରେ କିଭଳି ସାକାରାତ୍ମକ ପ୍ରଭାବ ପକେଇପାରିବ ସେନେଇ ଧ୍ୟାନ ଦେବା ଉଚିତ ବୋଲି ପ୍ରଧାନ ମନ୍ତ୍ରୀ ମୋଦି କହିଥିଲେ ।