ଗୀତାରେ ଉଲେଖ ଥିବା କିଛି ଅଦ୍ଭୁତ ବାଣୀ ଯାହା ମନୁଷ୍ୟ ଜୀବନକୁ ବଦଳାଇ ଦେବ।

ଭାଗବତ ଗୀତ ରେ ଲିଖିତ ବାଣୀ ସମଗ୍ର ବିଶ୍ୱ ବାସୀଙ୍କ ପାଇଁ ଏକ ସବୁ ସମାଧାନର ଏକ ନିଖୁଣ ଉପଦେଷ୍ଠା ବୋଲି ମନା ଯାଏ । ଭଗବାନ ଶ୍ରୀକୃଷ୍ଣ ଲୀଳାର ରହସ୍ୟ ସାଧାରଣ ମନୁଷ୍ୟ ତ ଦୂରର କଥା ଦେବତାମାନେ ମଧ୍ୟ ବୁଝି ପାରୁନଥିଲେ । ନିଜ ଲୀଳା ଦ୍ବାରା କେତେବେଳେ ସଂସାରକୁ ହସିବା ଶିଖାଇଥିଲେ ତ କେତେବେଳେ ପ୍ରେମ କରିବା ଶିଖାଇଥିଲେ ଏବଂ ଅସତ୍ୟକୁ ପରାଜିତ କରିବା ପାଇଁ ତାଙ୍କ ଲୀଳା ସର୍ବଦା ଉଦ୍ଧିଷ୍ଟ । ତେବେ ଆପଣ ଜାଣିନଥିବେ ଗୀତାରେ ସାର କଥା ସବୁ ଲୁଚି ରହିଛି। ଗୀତା ରହସ୍ୟକୁ ବୁଝିଥିବା ବ୍ୟକ୍ତି ଜୀବନର ଅନେକ ସମସ୍ୟାକୁ ଚୁଟ୍‌କିରେ ସମାଧାନ କରିଥାନ୍ତି। ତେବେ, ଚାଲନ୍ତୁ ଜାଣିବା ଗୀତାରେ ବର୍ଣିତ କିଛି ସାର ଅଦ୍ଭୁତ ବାଣୀ ଯାହା ମନୁଷ୍ୟ ଜୀବନକୁ ଶିଖିବା ଜିନିଷ ପ୍ରଦାନ କରିଥାଏ ।

ଧନ,ପତ୍ନୀ କିମ୍ବା ଅନ୍ୟ କୌଣସି ବିଳାସପୂର୍ଣ୍ଣ ସାମଗ୍ରୀରେ ନଥାଏ ବରଂ ଆନନ୍ଦ ନିଜ ଭିତରେ ଥାଏ । ଭଗବାନଙ୍କ ବନ୍ଦନା ବା ସ୍ମରଣ ଶରୀରରେ ନୁହେଁ ମନରୁ ହେବା ଦରକାର ଗୀତାରେ ବର୍ଣିତ ଅଟେ । ବାସନା ହିଁ ପୁନର୍ଜନ୍ମର କାରଣ ଅଟେ ବୋଲି ଗୀତାରେ କୁହାଯାଇଛି । ସଂଯମ, ସଦାଚାର, ସ୍ନେହ ଓ ସେବା ସତ୍‌ସଙ୍ଗ ବିନା ଆସେ ନାହିଁ।

ଇନ୍ଦ୍ରୀୟର ଅଧୀନ ହେଲେ ମଣିଷ ଜୀବନରେ ବିକାର ଆସେ। ଭୋଗରେ ଅସ୍ଥାୟୀ ଶୁଖ ଏବଂ ତ୍ୟାଗରେ ସ୍ଥାୟୀ ଆନନ୍ଦ ମିଳେ ଯାହା ଉଦ୍ଧିଷ୍ଟ ଗୀତା ରେ ଉଦ୍ଧିଷ୍ଟ । ସତ୍‌ସଙ୍ଗ ଈଶ୍ୱରଙ୍କ କୃପାରୁ ପ୍ରାପ୍ତ ହୋଇଥାଏ ମାତ୍ର କୁସଂଗ କରିବା ବ୍ୟକ୍ତିର ନିଜସ୍ୱ ହରେଇଥାଏ । ଯୁବାବସ୍ଥାରେ କରିଥିବା ପାପ ପାଇଁ ବୃଦ୍ଧାବସ୍ଥାରେ ଭୋଗିବାକୁ ପଡିଥାଏ।। ଗୀତାରେ ସାରା କଥା ଭାବରେ ଏହା ମଧ୍ୟ ଉଲେଖ ଯେ ବସ୍ତ୍ର ବଦଳାଇବାର ଆବଶ୍ୟକତା ନାହିଁ, ହୃଦୟ ପରିବର୍ତ୍ତନ କରିବା ନିହାତି ଉଚିତ। ଗୀତାରେ ବର୍ଣିତ ଏହି ଅଦ୍ଭୁତ ବାଣୀ ଯାହା ମନୁଷ୍ୟ ଜୀବନକୁ ଶିଖିବା ଜିନିଷ ପ୍ରଦାନ କରିଥାଏ ।

Leave a Reply