ରିୟାଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍’ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି। ଏବଂ ଏହି ରିୟାଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍’ ର ସିଜନ୍ ୧୧ ଖୁବ୍ ଶୀଘ୍ର ଟେଲିକାଷ୍ଟ ହେବାକୁ ଯାଉଛି। ବର୍ତ୍ତମାନ ଇଣ୍ଡିଆନ୍ ଆଇଡଲ୍ର ଅଡିସନ୍ ଚାଲିଛି। ନେହା କକ୍କର, ବିଶାଲ ଦଦଲାନୀ ଓ ଅନୁ ମଲିକ ଏହି ଶୋ’ର ମୁଖ୍ୟ ଜଡ଼ଜ ଭାବରେ ଏବଂ ଆଦିତ୍ୟ ନାରାୟଣ ଶୋ’କୁ ହୋଷ୍ଟ କରୁଛନ୍ତି।

କିନ୍ତୁ ଆଶ୍ଚର୍ଯ୍ୟର କଥା ହୋଉଛି ଯେ ଷ୍ଟେଜ୍ ଉପରେ ନେହା ଙ୍କୁ ଏକ ଗିଫ୍ଟ ଦେବା ପରେ ନେହାଙ୍କୁ ଜବରଦସ୍ତ କିସ୍ ମଧ୍ୟ କରିଦେଇଛନ୍ତି । ବାରଣ ସତ୍ତ୍ୱେ ନେହା କକ୍କରଙ୍କୁ କିସ୍ କରିଦେଲେ ପ୍ରତିଯୋଗୀ। ଯାହା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହାପରେ ନେହା ଲାଜରେ ନିଜ ମୁହଁକୁ ଲୁଚାଇବା ପାଇଁ ଚେଷ୍ଟା କରିଥିଲେ।

ତେବେ ଏହି ଅଡିସନ୍ ସମୟରେ ନେହାଙ୍କ ସହିତ ଏପରି ଘଟଣା ଘଟିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଅଡିସନ୍କୁ ଆସିଥିବା ଜଣେ ପ୍ରତିଯୋଗୀ ନେହାଙ୍କୁ ଜବରଦସ୍ତ ଚୁମ୍ୱନ ଦେଇଛନ୍ତି। ଯାହାର ଭିଡିଓକୁ ଇନଷ୍ଟାଗ୍ରାମ୍ରେ ସୋନି ଟିଭିର ଅଫିସିଆଲ୍ ସାଇଟ୍ରେ ଅପଲୋଡ୍ କରାଯାଇଛି।