ଦିଲ୍ଲୀ ଚିଡ଼ିଆଖାନା ରେ ଏକ ବ୍ୟକ୍ତି ସିଂହ ଥିବା ଏକ ଜାଲି ଭିତରକୁ ଡେଇଁପଡ଼ିଥିଲେ । ଲୋକମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମାତ୍ର ଏହି ଯୁବକ ଜଣଙ୍କ କାହା କଥା ନଶୁଣି ସିଂହ ରହୁଥିବା ଜାଲି ଭିତରକୁ ଡେଇଁପଡ଼ିଥିଲେ ଏବଂ ଡେଇଁ ସିଂହ ପାଖରେ ଯାଇ ବସିପଡ଼ିଲେ । ଅସ୍ୱଚାର୍ଯ୍ୟର କଥା ସିଂହ ଟି ଏହି ବ୍ୟକ୍ତିଙ୍କ ଉପରକୁ ଆକ୍ରମଣ କରିନଥିଲା ।

ସେଠାରେ ଥିବା ଲୋକଙ୍କ ଚିତ୍କାର ଶୁଣି ସୁରକ୍ଷା କର୍ମୀ ମାନେ ସେହି ସିଂହ ଥିବା ଜାଲି ଭିତରକୁ ଡେଇଁ ପଡ଼ିଥିଲେ ଏବଂ ସେଠାରୁ ସିଂହ କବଳରୁ ସେହି ବ୍ୟକ୍ତିଙ୍କୁ ବାହାରକୁ ଆଣିଥିଲେ । ପରେ ସୁରକ୍ଷା କର୍ମୀଙ୍କ କହିବା ଅନୁଯାଇ ଏହି ବ୍ୟକ୍ତି ଙ୍କ ମାନସିକ ରୂପରେ ସାମାନ୍ୟ ବିକୃତି ଅଟନ୍ତି ଏବଂ ବ୍ୟକ୍ତିଙ୍କ ନାମ ଓ ଗ୍ରାମ ଜଣା ନଥିବାରୁ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପରେ ସେଠାରୁ ନେଇ ପୋଲିସ ପଚରାଉଚରା କରୁଥିବାର ଜଣାପଡିଛି । କିନ୍ତୁ ଏଯାଏଁ ବ୍ୟକ୍ତି ର କୌଣସି ସନ୍ଧାନ ମିଳିନଥିବା ଜଣାପଡିଛି ।

ଏମିତିବି ଏକ ଘଟଣା ୨୦୧୪ ସେପ୍ଟେମ୍ବର ୨ ତାରୀକ୍ୟରେ ଦେଖିବାକୁ ମିଳିଥିଲା ଦିଲ୍ଲୀ ଛିଡି଼ ଖାନରେ । ସେତେବେଳେ ମଧ୍ୟ ଏଭଳି ଭାଗ କୁ ଦେଖିବା ପାଇଁ ଲାଗିଥିବା ଜାଲି ଉପରକୁ ଚଢ଼ିଯାଇଥିଲା ଯୁବକ ଏବଂ ଭରାସାମ ହରେଇ ଧଳା ବାଘ ଥିବା ଜାଲି ଭିତରକୁ ଖସି ପଡିଥିଲା। ଫଳରେ ଧଳା ଭାଘଟି ଯୁବକର ବେକ କୁ ଆକ୍ରମଣ କରି ଜୀବନରୁ ମାରିଦେଇଥିଲା ।