ପିଏମ ମୋଦୀ ଙ୍କ ଏହି ଭିଡିଓକୁ ଟ୍ୱିଟର ରେ ସେୟାର କରି ଅଭିନେତା ପ୍ରକାଶ ରାଜ କହିଲେ ଏମିତି..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ମହାବଳୀପୁରମ ର ସମୁଦ୍ର କୂଳରେ ସଫା କରିବା ଓ ଅଳିଆ ଉଠେଇବାର ଭିଡିଓ ବହୁତ ସ୍ପିଡ଼ରେ ଭାଇରଲ ହେଉଛି । ପିଏମ ମୋଦୀ ଙ୍କ ଏହି ଭିଡିଓକୁ ଟ୍ୱିଟର ରେ ସେୟାର କରି ଅଭିନେତା ପ୍ରକାଶ ରାଜ ତଞ୍ଜ କସିଛନ୍ତି । ସେ ପିଏମ ମୋଦୀ ଙ୍କ ଏହି ଭିଡିଓରେ ତଞ୍ଜ କସି ଗୋଟେ ପ୍ରଶ୍ନ ମଧ୍ୟ କରିଛନ୍ତି ।

ପ୍ରକାଶ ରାଜ ନିଜ ଟ୍ୱିଟରରେ ପିଏମ ମୋଦୀଙ୍କ ଭିଡିଓକୁ ସେୟାର କରି ଲେଖିଛନ୍ତି, ” ନେତାଙ୍କ ସୁରକ୍ଷା କୁଆଡେ ଗାୟବ ହୋଇଯାଇଛି । ଶେଷରେ ଆପଣ ତାଙ୍କୁ ଗୋଟେ କ୍ୟାମେରାମେନ ଙ୍କ ସହ ଏକୁଟିଆ ସଫା-ସଫି ପାଇଁ କାହିଁକି ଛାଡିଦେଇଛ । ଯେବେ ବିଦେଶୀ ଅତିଥି ଏଠାକୁ ଆସିଛନ୍ତି, ତେବେ ସମ୍ବନ୍ଧିତ ବିଭାଗ ସଫା ନ କରିବାର କେମିତି ହିମ୍ମତ ଦେଖେଇଛି । ଏମିତି ପଚାରୁଛି । “

ପିଏମ ନରେନ୍ଦ୍ର ମୋଦୀ ନିଜ ପୂର୍ବ କାର୍ଯ୍ୟକଳାରେ ସ୍ଵଛ ଭାରତ ଅଭିଯାନ ର ଆରମ୍ଭ କରିଥିଲେ । ଏହି ଅଭିଯାନରେ ପୁରା ଦେଶର ଲୋକମାନେ ଭାଗ ନେଇଥିଲେ । ଏହାସହିତ ପିଏମ ମୋଦୀ ମଧ୍ୟ କେତେଥର ସଫା କରୁଥିବାର ନଜର ଆସିଛନ୍ତି । ଶନିବାର ଦିନ ସକାଳେ ମହାବଳୀପୁରମ ର ସମୁଦ୍ର କୂଳରେ ଯେବେ ପିଏମ ମୋଦୀ ବୁଲିବା ପାଇଁ ପହଁଚିଲେ, ତ ସେଠାରେ ସେ ଅଳିଆ ଦେଖାଗଲା । ଏହାପରେ ସେ ସେଠାରେ ନିଜେ ସଫା କରିବାକୁ ଲାଗିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । କିଛି ଲୋକଙ୍କୁ ପିଏମ ମୋଦୀଙ୍କ ଏହି ଅନ୍ଦାଜ ଭଲ ଲାଗୁଚି ତ କିଛି ଲୋକ ତାଙ୍କର ଆଲୋଚନା ମଧ୍ୟ କରୁଛନ୍ତି ।

Leave a Reply