କାର୍ତିକ ମାସ କୃଷ୍ଣ ପକ୍ଷ ର ଚତୁର୍ଥୀ ରେ ହୋଇଥାଏ କରୱା ଚୌଥ । ସେହି ଦିନ ସାଧବା ମହିଳାମାନେ ନିର୍ଜଳା ବ୍ରତ ରଖି ନିଜ ସ୍ୱାମୀ ର ଲମ୍ବା ଆୟୁ ପାଇଁ କାମନା କରିଥାଆନ୍ତି । ସେହି ଦିନ ମହିଳାମାନେ ଗୌରୀ ଓ ଗଣେଶ ଙ୍କୁ ପୁରା ବିଧି-ବିଧାନ ସହିତ ପୂଜା କରିଥାଆନ୍ତି, ଯେଉଁଥିରେ କେତେ ଜିନିଷ ର ଆବଶ୍ୟକତା ପଢ଼ିଥାଏ । କିନ୍ତୁ କେତେଥର ସାଧବା ମହିଳାମାନେ କିଛି ଜିନିଷ ଭୁଲି ଯାଇଥାଆନ୍ତି, ଯାହାଫଳରେ ପୂଜା ଅଧା ରହିଯାଇଥାଏ ।
ଦେଖାଯାଇଥାଏ କି ଏହି ଦିନ ମହିଳାମାନେ ସଜବାଜ ଉପରେ ଅଧିକ ଧ୍ୟାନ ଦେଇଥାଆନ୍ତି । ଠିକ ଅଛି କିନ୍ତୁ ଆପଣଙ୍କୁ ପୂଜା ସାମଗ୍ରୀ ଉପରେ ମଧ୍ୟ ଠିକେ ଧ୍ୟାନ ଦେବା ଦରକାର । 2. ପାଣି ଢାଳ, ଦୀପ, ସଳିତା କୁ ପୂଜା ସାମଗ୍ରୀ ରେ ରଖିବା ଅତ୍ୟନ୍ତ ଆବଶ୍ୟକ । 3. ଏହି ଦିନ କରବା ର ଅତ୍ୟନ୍ତ ଆବଶ୍ୟକତା ପଡିଥାଏ କାହିଁକିନା ଏଥିରେ ଜହ୍ନ କୁ ଅର୍ଘ୍ୟ ଦିଆଯାଇଥାଏ ।
କରବା ର ଢାଙ୍କୁଣୀ ରେ ଗହମ ନିଶ୍ଚୟ ରଖନ୍ତୁ । ଏମିତି କରିବା ଶୁଭ ବୋଲି ମାନନ୍ତି । 5. ଚାଲୁଣି ମଧ୍ୟ ପୂଜା ସାମଗ୍ରୀ ର ସବୁଠୁ ଜରୁରୀ ଜିନିଷ ଅଟେ । ଏହାକୁ ରଖିବା ପାଇଁ ଭୁଲରେ ମଧ୍ୟ ଭୁଲନ୍ତୁ ନାହିଁ । 6. ବସିବା ପାଇଁ କାଠ ଆସନ ର ବ୍ୟବହାର କରନ୍ତୁ । 7. 11ଟି ଦୀପ, କଞ୍ଚା କ୍ଷୀର, ଧୂପକାଠି, ଫୁଲ, ଚନ୍ଦନ, ମହୁ ଓ ଚୀନୀ କୁ ମଧ୍ୟ ପୂଜା ସାମଗ୍ରୀ ରେ ରଖନ୍ତୁ ।
ଏହି ଦିନ ମହିଳାମାନଙ୍କୁ ହାତରେ ମେହେନ୍ଦୀ ମଧ୍ୟ ଲଗେଇବା ଆବଶ୍ୟକ । କାହିଁକିନା ଏହା ସାଧବା ମହିଳାଙ୍କ ଚିହ୍ନ ଅଟେ । 9. କରୱା ଚୌଥ ଦିନ ସନ୍ଧ୍ୟାରେ ଅର୍ଥାତ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ହେଉଥିବା ପୂଜାର ବିଶେଷ ମହତ୍ୱ ରହିଥାଏ । ଏମିତିରେ ଏହି ପୂଜାକୁ ନିଶ୍ଚୟ କରନ୍ତୁ । 10. ଏହି ଦିନ ମହିଳାମାନଙ୍କୁ ସାଧବା ଙ୍କ ପରି ସଜବାଜ ହେବା ଦରକାର । ତା’ସହ ଗଙ୍ଗା ଜଳ, ସିନ୍ଦୁର, ମହାବର, ଚୁଡ଼ି, ପାନିଆ, ଟିକିଲି, ଚୁନରୀ ର ପ୍ରୟୋଗ କରିବା ଦରକାର ।