ସାଂସଦ ନୁସରତ ଜାହାଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ ଦେଲେ ଏହି ବଡ ଝଟକା

ପଶ୍ଚିମବଙ୍ଗ ର ବଶୀରହାଟ ରୁ TMC ର ସାଂସଦ ନୁସରତ ଜାହାଁ ପାର୍ଟି ଅଧକ୍ଷ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ ବଡ ଝଟକା ଦେଇଛନ୍ତି । ନୁସରତ ଜାହାଁ ପାର୍ଟି ର ଲାଇନ ରୁ ହଟି ଜମ୍ମୁ-କାଶ୍ମୀର ରୁ ଅନୁଛେଦ 370 ହଟେଇବାର ନିର୍ଣୟକୁ ସ୍ୱାଗତ କରିଛନ୍ତି । ଲୋକସଭାରେ TMC ର ଷ୍ଟେଡ଼ ଏହାର ବିରୋଧ ଥିଲା ।

କେବେ କଟ୍ଟରପନ୍ଥୀ ର ନିଜ ହିନ୍ଦୁ ପରିଧାନ ଜରିଆରେ କରାରା ଉତ୍ତର ଦେଇଥିବା TMC ସାଂସଦ ନୁସରତ ଜାହାଁ ନିଜ ପାର୍ଟି ବିରୁଦ୍ଧରେ ବିରୋଧୀ ବୟାନ ଦେଇଛନ୍ତି । ଅସଲରେ ନୁସରତ କହିଲେ କି ଜମ୍ମୁ କାଶ୍ମୀର ରୁ ଅନୁଛେଦ 370 କୁ ହଟେଇବା ପାଇଁ କେନ୍ଦ୍ର ସରକାର ର ନିର୍ଣ୍ଣୟ ଠିକ ଥିଲା । ଏକ ଟିଭି ଚ୍ୟାନେଲ ର କାର୍ଯ୍ୟକ୍ରମରେ ନୁସରତ ଏହି ଘଟଣା ରେ ପାର୍ଟି ଅଧ୍ୟକ୍ଷ ମମତା ବାନାର୍ଜୀ ଙ୍କୁ ବଡ ଝଟକା ଦେଇଛନ୍ତି ।

କାହିଁକିନା ମମତା ବାନାର୍ଜୀ କହିଥିଲେ କି TMC କେନ୍ଦ୍ରର ଏହି ନିର୍ଣୟକୁ ବିରୋଧ କରିବ ଓ TMC ଏହା ବିରୁଦ୍ଧରେ କଂଗ୍ରେସ ର ସାଥ ଦେଇ ଏହା ବିରୁଦ୍ଧରେ ଭୋଟ ଦେଇଥିଲା । କିନ୍ତୁ TMC ସାଂସଦ ଙ୍କ ଏହି ବଡ ବୟାନ ମମତା ବାନାର୍ଜୀ ଙ୍କ ପାଇଁ ବଡ ଚୁନୌତୀ ହେଇଗଲା ।

ନୁସରତ ଜାହାଁ କହିଲେ କି ଏହି ଘଟଣାରେ ଯଦି କାଶ୍ମୀର ର ଲୋକଙ୍କୁ ମଧ୍ୟ ସାମିଲ କରିଥିଲେ ଆହୁରି ଭଲ ହୋଇଥାଆନ୍ତା । କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ନୁସରତ ଜାହାଁ ଙ୍କୁ ଜଳଶକ୍ତି ମନ୍ତ୍ରାଳୟ ର ସଂସଦୀୟ ସମିତିରେ ସାମିଲ କରିଛି । ନୁସରତ ଆଗରୁ ମଧ୍ୟ ନିଜ ବୟାନ କୁ ନେଇ ବହୁତ ଚର୍ଚାରେ ରୁହନ୍ତି ।

Leave a Reply