ଛୋଟ ପର୍ଦାର ଶିଶୁ କଳାକାର ରୁହାନିକା ଧବନ ଆଜି ପୁରା ଦେଶରେ ଫେମସ ହୋଇଯାଇଛି । ମାତ୍ର 12 ବର୍ଷର ରୁହାନିକା ନିଜ ଅଭିନୟରେ ଲୋକଙ୍କ ହୃଦୟ ଜିତିଯାଇଛନ୍ତି । ବର୍ତମାନ ସେ ଟେଲିଭିଜନ ଜଗତର ସବୁଠୁ ପପୁଲାର ଶିଶୁ କଳାକାର ଅଟନ୍ତି ।

2007ରେ ଜନ୍ମ ହୋଇଥିବା ରୁହାନିକା ଟେଲିଭିଜନ ଜଗତର ମଶହୂର ସିରିୟଲ ‘ୟେ ହେ ମୋହବତେ’ ରେ ନଜର ଆସିଛନ୍ତି । ସେ ବହୁତ ସମୟରୁ ଏହି ସିରିୟଲ ର ଅଂଶ ଥିଲେ କିନ୍ତୁ ଏବେ ଏହି ସିରିୟଲ ରେ ନଜର ଆସୁନାହାନ୍ତି ।

ସେ ବହୁତ କାମ ବୟସରେ ପୁରା ଦେଶରେ ଫେମସ ହୋଇଯାଇଛନ୍ତି । ଖାଲି ଫେମସ ନୁହେଁ ବରଂ ସେ ଏତେ କମ ବୟସରେ କୋଟିପତି ହୋଇଯାଇଛନ୍ତି । ତାଙ୍କ ପାଖରେ ନିଜର ଗୋଟେ ବଙ୍ଗଳା ଓ ଗାଡି ମଧ୍ୟ ଅଛି ।

ଏକ ପ୍ରତିଷ୍ଠିତ ୱେବସାଇଟ ର ରିପୋର୍ଟ ଅନୁସାରେ ରୁହାନିକା ଧବନ ଙ୍କ ପାଖରେ ମୋଟ ସମ୍ପତି 5 କୋଟି ରୁ ଅଧିକ ହେବ । ତାଙ୍କ ପାଖରେ BMW କମ୍ପାନୀ ର କାର ଅଛି । ଏହା ଛଡା ତାଙ୍କ ପାଖରେ 1 ବିଏଚକେ ର ଗୋଟେ ଫ୍ଲାଟ ମଧ୍ୟ ଅଛି ।