କିଛି ସ୍ଥାନକୁ ଛାଡ଼ିଦେଲେ ଭାରତର ପାଖାପାଖି ସମସ୍ତ ସ୍ଥାନରେ ସର୍ବାଧିକ ଚାଉଳ ଖାଉଛନ୍ତି । ଏଠାରେ ପାଖାପାଖି କିଲୋଗ୍ରାମ୍ ପ୍ରତି ୨୦ ଟଙ୍କାରୁ ଆରମ୍ଭ ହୋଇ ୫୦୦ ଟଙ୍କାର ଚାଉଳ ମିଳିଥାଏ । ଆଜି ଆମେ ଆଲୋଚନା କରିବୁ ଏପରି ଚାଉଳ ବିଷୟରେ ଯାହାକୁ କଳା ସୁନା କୁହାଯାଇଥାଏ । ଏହି କଳା ସୁନା ଲୋକଙ୍କୁ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ଦେଇଥାଏ, ଯେପରିକି ଡାଇବେଟିସ୍, କୋଲେଷ୍ଟୋଲ, ରକ୍ତଚାପ ଏବଂ କ୍ୟାନସର ।
ମଣିପୁରରେ ଉତ୍ପାଦନ ହେଉଥିବା ଏହି ବିଶେଷ କଳା ଚାଉଳର ଦାମ୍ ଶୁଣିଲେ ଅନେକ ଲୋକଙ୍କର ହୋସ୍ ଉଡ଼ିଯିବ । କିଲୋ ପ୍ରତି ୧୮୦୦ ଟଙ୍କାରେ ବିକ୍ରି ହେଉଥିବା ଏହି କଳା ଚାଉଳରେ ପୋଷକ ତତ୍ତ୍ବର ମାତ୍ରା ଅନ୍ୟ ଚାଉଳ ଠାରୁ ସବୁଠୁ ବେଶୀ ରହିଥାଏ । ଏହାର ଗୁଣ ଦେଖି ୧୮୦୦ ଟଙ୍କା ମୂଲ୍ୟ ମଧ୍ୟ କମ ଲାଗିଥାଏ ।
ଏହି ରାଜ୍ୟର ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଏବଂ ଏଥିରେ ମିଳୁଥିବା ଔଷଧୀୟ ଗୁଣ ଦ୍ବାରା ଅଧିକାଂଶ ଲୋକଙ୍କୁ ଲାଭ ପ୍ରଦାନ କରିବା ଉଦ୍ଦେଶ୍ୟରେ ମଣିପୁର ସରକାରଙ୍କର କୃଷି ବିଭାଗ ଏହି ଚାଉଳର ବ୍ରାଣ୍ଡିଙ୍ଗ ପାଇଁ ଉଦ୍ୟମ ଚଳାଇଛି । ସରକାରଙ୍କ କହିବାନୁସାରେ ଏହି ଚାଉଳ ମଣିପୁର ସଂସାଧନର ଆର୍ଥିକ ବ୍ୟବସ୍ଥାକୁ ସୁଧାରିପାରିବ । ସରକାର ଏହି ଚାଉଳର ଜୋର ଶୋରରେ ବ୍ରାଣ୍ଡିଙ୍ଗ୍ କରୁଛନ୍ତି ।
ସବୁ ପ୍ରକାର ଗବେଷଣାରୁ ଏହା ପ୍ରମାଣିତ ହୋଇଛି କି ଏହି କଳା ଚାଉଳକୁ ଖାଇବା ଦ୍ବାରା ଏଥିରୋସ୍କେରୋସିସ ରୋଗ, ଉଚ୍ଚ ରକ୍ତଚାପ, ମାନସିକ ଅବସାଦ, ଉଚ୍ଚ କୋଲେଷ୍ଟୋଲ୍, ଆର୍ଥରାଇଟିସ୍, କ୍ୟାନସର ଏବଂ ଆଲର୍ଜି ରୋଗରୁ ମୁକ୍ତି ମିଳିଥାଏ । କଳା ଚାଉଳ ମେଦବହୁଳତା କମ୍ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।
ହୃଦୟକୁ ସୁସ୍ଥ ଏବଂ ମଜବୁତ ରଖିବା ପାଇଁ ମଧ୍ୟ ଏହା ସହାୟକ ହୋଇଥାଏ । ଏଥିରେ ଥିବା ଫାଇଟୋକେମିକାଲ୍ କୋଲେଷ୍ଟୋଲର ସ୍ତରକୁ ନିୟନ୍ତ୍ରିତ କରିଥାଏ । ଏହା ସହିତ ହୃଦୟର ଧମନୀରେ ଏଥିରୋସ୍କେରୋସିସ ପ୍ଲେକ୍ ଫରମେସନର ସମ୍ଭାବନା କମ୍ କରିଥାଏ ଯାହା ଦ୍ବାରା ହୃଦଘାତ ଏବଂ ଷ୍ଟୋକର ସମ୍ଭାବନା କମ୍ ଥାଏ ।
କଳା ଚାଉଳରେ ଏନ୍ଥୋସାୟନିନ ନାମକ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ ଯାହା କାର୍ଡ଼ିଓଭାସ୍କୁଲାର ଏବଂ କ୍ୟାନସର ଭଳି ରୋଗରୁ ମୁକ୍ତି ଦେଇଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ଏଥିରେ ଥିବା ବିଶେଷ ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ବ ଆଖି ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଫାଇବର ପାଚନ ତନ୍ତ୍ରକୁ ଠିକ୍ କରିବା ସହ ପେଟ ଜନିତ ସମସ୍ୟାକୁ ଦୂର କରିଥାଏ ।