ଲଜ୍ଜାଜନକ ହାରିବା ପରେ ଗେଲଙ୍କ ବଡ ବୟାନ କହିଲେ କୋହଲିଙ୍କ ପାଇଁ ନୁହଁ ବରଂ ଏହି ଖେଳାଳି ଯୋଗୁଁ ଆମେ ମ୍ୟାଚ ହାରିଲୁ!

ତ୍ରିନିଦାଦର ପୋର୍ଟ ଅଫ୍‌ ସ୍ପେନ୍‌ସ୍ଥିତ କୁଇସ୍‌ ପାର୍କ ଓଭାଲ ଷ୍ଟାଡିୟମରେ ରବିବାର ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ୍‌ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍‌ ହରାଇ ୨୭୯ ରନ୍‌ କରିବାରେ ସକ୍ଷମ ହୋଇପାରିଥିଲା । କୋହଲି କ୍ୟାରିୟରର ୪୨ତମ ଶତକ (୧୨୫ ବଲ ରୁ ୧୨୦ ରନ କରିଥିଲେ ,ଏଥିରେ ୧୪ ଚୌକା, ୧ ଛକା) ମାରି କ୍ୟାରିୟରର ୪୨ତମ ଶତକ ହାସଲ କରିଛନ୍ତି। ଶ୍ରେୟସ ଆୟର କ୍ୟାରିୟରର ୯ମ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଫଳରେ ନିର୍ଧାରିତ ୫୦ ଓଭରରେ ଭାରତ ୱେଷ୍ଟଇଣ୍ଡିଜ୍ ସାମ୍ନାରେ ନିର୍ଦ୍ଧାରିତ ୫୦ଓଭରରେ ୨୮୦ରନର ବିଜୟ ଲକ୍ଷ୍ୟ ରଖିଥିଲା। ବର୍ଷା ଯୋଗୁଁ ୧୨.୫ ଓଭରରେ ୨ ଵିକେଟ ହରାଇ ୫୫ ରନ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ଦଳ ବିଳମ୍ବରେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଳାଇଥିଲା। ତେଣୁ ଡକୱର୍ଥ ଲୁଇସ୍ ପଦ୍ଧତି ଅନୁସାରେ ଇଣ୍ଡିଜକୁ ୨୭୦ରନର ଲକ୍ଷ୍ୟ ମିଳିଥିଲା।

ଯାହାକୁ ପିଛାକରି ୱେଷ୍ଟଇଣ୍ଡିଜ ମାତ୍ର ୪୨ଓଭର ଖେଳି ୨୧୦ରନରେ ଅଲଆଉଟ୍ ହୋଇଯାଇଥିଲା। ଭାରତ ୫୯ରନରେ ବିଜୟୀ ହୋଇଥିଲା । ମ୍ୟାଚ ପରେ କ୍ରିସ ଗେଲ କହିଥିଲେ ଯେ ବର୍ଷା କାରଣରୁ ଆମପାଇଁ ରନ ଚେଞ୍ଜ କରିବା ଭାରି କଷ୍ଟ ହୋଇଯାଇଥିଲା ଏବଂ ସେ କହିଥିଲ ଯେ ୨୭୯ ରନ ବହୁତ ବଡ ଲକ୍ଷ ନଥିଲା ।

ଏବଂ ସେ ଏହା ମଧ୍ୟ କହିଥିଲେ ଯେ ବିରାଟ ଭଲ ଇନିଂସ ଖେଳିଛନ୍ତି କିନ୍ତୁ ମୁ ମାନୁଛି ଯେ ଭୁବନେଶ୍ୱର କୁମାରଙ୍କ ଭଲ ବୋଲିଂ କରିଥିବା ଯୋଗୁଁ ମ୍ୟାଚ ଜିତିବାରେ ବହୁତ ସାହାଯ୍ୟ କଲା । ଏବଂ ଗେଲ କହିଥିଲେ ଯେ ଭୁବନେଶ୍ୱର ଭଲ ବୋଲିଂ କରି ଭାରତକୁ ଜିତାଇଛନ୍ତି ।

Leave a Reply

Your email address will not be published. Required fields are marked *