ମୋଦି ସରକାରଙ୍କ ବଡ ସଫଳତା,ଧାରା ୩୭୦ ଉଚ୍ଛେଦ ପରେ ଭାରତକୁ ସାଥ ଦେଲେ ଏହି ଦୁଇ ବଡ ଦେଶ ଏବଂ କହିଲେ…!

ଧାରା ୩୭୦ କୁ ହଟାଯାଇ ଏହାକୁ କେନ୍ଦ୍ର ଶାସିତ ଅଂଚଳ ଘୋଷିତ କଲା ମୋଦି ସରକାର। ଜମ୍ମୁ କାଶ୍ମୀର ର ପ୍ରସଙ୍ଗ ବର୍ତମାନ ସାରା ବିଶ୍ୱରେ ଚର୍ଚ୍ଚା ହେବାକୁ ଲାଗିଛି ଆମେରିକା ଠୁ ନେଇ ବ୍ରିଟେନ ପର୍ଯ୍ୟନ୍ତ ଏନେଇ ବୟାନ ଆସୁଥିବାର ଜଣା ପଡୁଛି। କିନ୍ତୁ କୌଣସି ଦେଶ ଏହି ପ୍ରସଙ୍ଗରେ ଖୋଲାଖୋଲି ବିରୋଧ କରୁନାହାନ୍ତି ଏବଂ ଏହା ଭାରତର ନିଜସ୍ୱ ମାମଲା ଅଟେ ବୋଲି ଅନ୍ୟ ଦେଶ ମନ୍ତବ୍ୟ ଦେଉଛନ୍ତି।

ଏହାକୁ ବିରୋଧ କରି ଆସୁଥିବା ପାକିସ୍ତାନ ଏବେ ସଂଯୁକ୍ତ ରାଷ୍ଟ୍ରକୁ ଚିଠି ଲେଖି ଜଣାଇଛି । ଏହି ପରିପେକ୍ଷିରେ ମୋଦି ସରକାରକୁ ବହୁତ ବଡ ସଫଳତା ମିଳିଛି। ଏହି ଦୁଇ ବଡ ଦେଶ ମୋଦି ସରକାରଙ୍କୁ ସପୋର୍ଟ କରିଛନ୍ତି । ଏବଂ ପାକିସ୍ତାନ କୁ ଶକ୍ତ ଧକ୍କା ଲାଗିଛି କିନ୍ତୁ ପାକିସ୍ତାନ ଏହାକୁ ଲଗାତାର ବିରୋଧ କରି ଆସୁଛି ।

ଏବଂ ନିକଟରେ ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଜମ୍ମୁ କାଶ୍ମୀର କୁ ପ୍ରସଙ୍ଗ କୁ ନେଇ ଅନ୍ୟ ଦେଶର ସାହାଯ୍ୟ ଖୋଜୁଥିଲେ। ଠିକ ଏହି ସମୟରେ ପାକିସ୍ତାନ କୁ ଏକ ବଡ କାମୟାବୀ ମିଳିଥିବାର ପାକିସ୍ତାନ ମିଡ଼ିଆ ସୂତ୍ରରୁ ଜଣାପଡିଛି ଯେ ତୁର୍କୀ ପାକିସ୍ତାନ ର ସାଥ ଦେବାପାଇଁ ଆଗମନ କରିଛି । ଏମିତିକି ପ୍ରଥମରୁ ହିଁ ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ କୁ ସହଯୋଗ କରିବାପାଇଁ ପ୍ରତିଶୃତି ଦେଇଆସିଛି।

ଏବଂ ମୋଦି ସରକାରକୁ ମଧ୍ୟ ବହୁତ ବଡ ସଫଳତା ମିଳିଛି। ଏହି ଦୁଇ ବଡ ଦେଶ ଭାରତର ସାଥ ଦେଇଛନ୍ତି। ଗୋଟିଏ ହେଲା ମୁସଲିମ ଦେଶ ୟୁଏଇ ଏବଂ ଅନ୍ୟଟି ଶ୍ରୀଲଙ୍କା ଜମ୍ମୁ କାଶ୍ମୀର ର ପ୍ରସଙ୍ଗ ଭାରତ ସହ ସାଥ ଦେଇଛନ୍ତି। ୟୁଏଇ ର ରାଷ୍ଟ୍ର ଦୂତ କହିଛନ୍ତି ଯେ ଆମେ ଧାରା ୩୭୦ ଅନୁଛେଦ ପ୍ରସଙ୍ଗ କୁ ସପୋର୍ଟ କରି କହିଛନ୍ତି ଏବଂ ଶ୍ରୀଲଙ୍କା ର ପ୍ରଧାନ ମନ୍ତ୍ରୀ ରାନିଲ ବିକ୍ରମଶୀନଘେ ଭାରତର ଲଦ୍ଧକ ରାଜ୍ୟ ର ନିର୍ମାଣ ଓ ପୁନର୍ଗଠନ ଭାରତର ନିଜସ୍ୱ ମାମଲା ଅଟେ ଏବଂ ଏହା ଏକ ସୁନ୍ଦର ଜାଗା ଅଟେ ଥରେ ନିଶ୍ଚୟ ବୁଲିଯିବାକୁ ହବ।

Leave a Reply

Your email address will not be published. Required fields are marked *