କାଶ୍ମୀର ଉପରେ ବଲିଉଡରୁ ଆସିଲା ଜୋରଦାର ପ୍ରତିକ୍ରିୟା, ଆଶ୍ଚର୍ଯ୍ୟ କରିଦେବ ଏହି ପାକ-ଅଭିନେତ୍ରୀଙ୍କ ପ୍ରତିକ୍ରିୟା ।

ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଜାମ୍ମୁ କାଶ୍ମୀର ପୁର୍ନଗଠନ ସଂକଳ୍ପ ଓ ବିଲ ଆଗତ କରିବାପରେ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଛି । କାଶ୍ମୀରକୁ ଗତ ୭୦ ବର୍ଷ ହେଲା ମିଳିଥିବା ବିଶେଷ ରାଜ୍ୟର ମାନ୍ୟତା ଶେଷ ହୋଇଛି । ଏଥିରେ ଜାମ୍ମୁ-କାଶ୍ମୀର ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ହେବ ଓ ଲଦାଖ ଅଲଗା ହୋଇ ଆଉ ଏକ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବ । ଯେମିତି ଏହି ବିଷୟରେ ଖବର ଆସିଛି ଲୋକମାନେ ଏହା ଉପରେ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଲେ । ବଲିଉଡ ମଧ୍ୟ ଏହି ଧାରାରେ ବୋହି ଚାଲିଲା । ଆସନ୍ତୁ ଜାଣିବା କାଶ୍ମୀର ଘଟଣାରେ ବଲିବୁଡ଼ରୁ କେଉଁ ପ୍ରକାରର ପ୍ରତିକ୍ରିୟା ଆସିଛି ।

ଅଭିନେତା ପରେଶ ରାୱଲ ଟ୍ୱିଟ କରି କହିଲେ କି ସତରେ ମାତୃଭୂମିକୁ ଆଜି ଠିକ ଓ ପୁର୍ଣ ସ୍ୱତନ୍ତ୍ରତା ପ୍ରାପ୍ତ ହୋଇଛି । ଆଜି ଭାରତ ଗୋଟେ ଶବ୍ଦର ରୂପରେ ସାମ୍ନାକୁ ଆସିଛି ।

ବିବେକ ଶର୍ମା ( ଫିଲ୍ମ ଭୂତନାଥର ନିର୍ଦେଶକ ) କହିଲେ କି ଶ୍ରାବଣର ପ୍ରଥମ ସୋମବାର ଚନ୍ଦ୍ରୟାନ-୨, ଦ୍ୱିତୀୟ ସୋମବାର ୩-ତଲାକ, ତୃତୀୟ ସୋମବାର ୩୫ ଏ-୩୭୦ ? ଲାଗୁଚି କି ମହାଦେବ ତାଣ୍ଡବ ମୁଦ୍ରାରେ ଅଛନ୍ତି । ହରହର ମହାଦେବ….ମୋଦି ଅଛନ୍ତି ତ ନିଶ୍ଚୟ ହେବ । ଜୟ ହିନ୍ଦ । ଜୟ ମା ଭାରତୀ ।

ଅଭିନେତ୍ରୀ ଦୀୟା ମିର୍ଜା କହିଲେ କି କାଶ୍ମୀରରେ ଶାନ୍ତି ରହୁ, ମୁଁ ଏହା ପାଇଁ ପ୍ରାର୍ଥନା କରୁଛି ।

ଅଭିନେତ୍ରୀ କୋଏନା ମିତ୍ରା ପ୍ରତିକ୍ରିୟା ବ୍ୟକ୍ତ କରି କହିଲେ କି କାଶ୍ମୀର ଭଗବାନ ଶିବଙ୍କ ଘର । ଏବେ ଏହା ସବୁଦିନ ପାଇଁ ଆମର ହେଲା ।

ଅଭିନେତା କମାଲ ଆର.ଖାନ ଲମ୍ବା ପୋଷ୍ଟ କରିଥିଲେ । ସେ ଲେଖିଥିଲେ ଭାରତରେ କେବେ ମଧ୍ୟ ଏମିତି ଚତୁର ଓ ଶକ୍ତିଶାଳୀ ରାଜନେତା ନଥିବେ ଯେତିକି ନରେନ୍ଦ୍ର ମୋଦୀ ଓ ଅମିତ ଶାହ ଅଛନ୍ତି । ସତ ମିତ୍ରତା ଏହାଠାରୁ ବଡ ଉଦାହରଣ ନଥିବ । ଏମାନେ ଦୁଇଜଣ ପରସ୍ପରକୁ ବହୁତ ଖରାପ ସମୟରେ ମଧ୍ୟ ଛାଡ଼ୁନାହାନ୍ତି । ସେମାନେ ଆଜି ଏହି କାରଣରୁ ଦେଶରେ ଶାସନ କରୁଛନ୍ତି । ସଲାମ….

ଅଭିନେତ୍ରୀ ପାୟଲ ରୋହତଗୀ କହିଲେ କି ମୁଁ ଏହି ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି ।

ବଲିଉଡ ଫିଲ୍ମ ରଇଜରେ ଶାହରୁଖ ଖାନ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ପାକିସ୍ତାନୀ ଅଭିନେତ୍ରୀ ମାହୀରା ଖାନ କହିଛନ୍ତି କି ଯେଉଁ ବିଷୟରେ ଆମେ ଚର୍ଚ୍ଚା କରିବାକୁ ଚାହୁଁନୁ, ସେହି ବିଷୟ ଆମକୁ ବହୁତ ସହଜରେ ଚୁପ କରିଦିଆଯାଇଛି । ଏମିତି କରିବା ବାଲି ଉପରେ ଗାର ଟାଣିବା ଭଳି, ଜଳୁଛି ସ୍ବର୍ଗ ଓ ଆମେ ନୀରବରେ କରୁଛୁ ଅଶ୍ରୁମୋଚନ ।

ଯେମିତି ମାହୀରା ଖାନଙ୍କ ଏହି ପ୍ରତିକ୍ରିୟା ଆସିଛି, ଲୋକମାନେ ତାଙ୍କୁ ଖୁବ କମେଣ୍ଟ କରୁଛନ୍ତି । ଲୋକମାନେ ମାହୀରାଙ୍କୁ ନିଜ ଦେଶ ସହିତ ସମ୍ବନ୍ଧ ରଖିବାପାଇଁ ଉପଦେଶ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *