ଏହି ଦେଶର ଝିଅଙ୍କୁ ବାହା ହେଲେ ପ୍ରତି ମାସରେ ମିଳିଥାଏ ୩ ଲକ୍ଷ ଟଙ୍କା, ପଢନ୍ତୁ ସମ୍ପୂର୍ଣ ଖବର ।

ବାହାଘର ପରେ ପୁଅ ସ୍ୱାମୀ ହୋଇଯାଉଛି କିନ୍ତୁ ଯଦି ସେ ଆଇସଲାଣ୍ଡର ଝିଅକୁ ବାହା ହେଉଛନ୍ତି ତେବେ ସେମାନେ ଲକ୍ଷପତି ହୋଇଯିବେ । ଯୌତୁକରେ ଝିଅର ମାଆ-ବାପା ପଇସା ଦେଉନାହାନ୍ତି, ବରଂ ଆଇସଲାଣ୍ଡର ସରକାର ନିଜ ଦେଶର ଝିଅକୁ ବାହା ହେଲେ ପୁଅମାନଙ୍କୁ ୩ ଲକ୍ଷ ୩୩ ହଜାର ଟଙ୍କା ଦେଉଛି । ଏହି ମେସେଜ ସୋସିଆଲ ମେଡିଆରେ ଭାଇରଲ ହେଉଛି ।

ଭାଇରଲ ହେଉଥିବା ମେସେଜର କୁହାଯାଇଛି କି ଯିଏଭି ଆଇସଲାଣ୍ଡର ଝିଅକୁ ବିଦେଶୀ ପୁଅ ବାହା ହେବ ତେବେ ସେହି ଦମ୍ପତିଙ୍କୁ ୩ ଲକ୍ଷ ୩୩ ହଜାର ଟଙ୍କା ସବୁ ମାସରେ ପୁରା ବଂଚିଥିବା ପର୍ଯ୍ୟନ୍ତ ଦେବ । ଭାଇରଲ ମେସେଜ ଅନୁସାରେ ଆଇସଲାଣ୍ଡ ସରକାର ଅନ୍ୟ ଦେଶର ପୁଅମାନେ ଆଇସଲାଣ୍ଡର ଝିଅଙ୍କୁ ବାହା ହେଲେ ୩ ଲକ୍ଷ ୩୩ ହଜାର ଟଙ୍କା ଅର୍ଥାତ ୫ ହଜାର ଡଲାର ସବୁ ମାସରେ ଦେବେ । ଦେଶରେ ପୁଅଙ୍କ ସଂଖ୍ୟା କମ ଥିବା କାରଣରୁ ସରକାର ଏହି ଘୋଷଣା କରିଛି ।

ସର୍ବପ୍ରଥମେ ବର୍ଷ ୨୦୧୬ରେ ସ୍ପିରିଟ ବିସ୍ପର୍ସ ନାମର ଗୋଟେ ୱେବସାଇଟ ଏହି ମେସେଜକୁ ଚାପିଥିଲା । ଏହି ୱେବସାଇଟ ନିଜର ଆର୍ଟିକଲରେ ଏହି କଥାକୁ ନେଇ ଦାବା କରାଯାଉଛି କି ଉତ୍ତର ଆଫ୍ରିକାର ଲୋକମାନଙ୍କୁ ଏହି ସ୍କିମ ଦିଆଯାଉଛି ।ଏହା ସହିତ ଆଫ୍ରିକାର କେତେ ୱେବସାଇଟ ଅନ୍ୟ ଅଫର ପରି ଏହାକୁ ଚଳେଇଥିଲା । ଏହା ପରେ snopes . com ନାମର ୱେବସାଇଟ ଯିଏ ଫେକ ଖବର ଓ ଫୋଟକୁ ଚେକ କରନ୍ତି, ସେମାନେ କହିଲେ ଏହି ଖବର ସମ୍ପୂର୍ଣ ଭୁଲ ଅଟେ ।

ଖବରରେ ଏହା କୁହାଯାଉଥିଲା କି ପୁଅମାନେ ଏହି ଅଫର ଅନୁସାରେ ନିଜର ମନପସନ୍ଦର ଝିଅକୁ ବାଛିପାରିବେ ଓ ତାଙ୍କୁ ବାହା ହୋଇପାରିବେ । ବାହାଘର ପରେ ସେମାନେ ଝିଅ ସହିତ ସେହି ଦେଶରେ ରହିବେ । ପୁରା ଜୀବନ ବିତେଇବାପାଇଁ ସେହି ଦମ୍ପତିଙ୍କୁ ସରକାର ୩ ଲକ୍ଷ ୩୩ ହଜାର ଟଙ୍କା ସବୁ ମାସରେ ଦେଉଛି କିନ୍ତୁ ଏହି ଫେକ ଖବରର ଖୁଲାସା ହୋଇଯାଇଥିଲା ।

ଆଇସଲାଣ୍ଡର ଝିଅମାନଙ୍କ ଅସୁବିଧା ଏହି ଫରଜି ଖବର କାରଣରୁ ବଢିଯାଇଥିଲା । ଏହି ଦେଶର ଝିଅମାନଙ୍କୁ ଅନ୍ୟ ଦେଶର ପୁଅମାନେ ଫେସବୁକରେ ଫ୍ରେଣ୍ଡ ରିକୱେଷ୍ଟ ପଢେଇବା ଆରମ୍ଭ କରିଦେଇଥିଲେ । ଫେସବୁକରେ ପୁଅମାନେ ସେମାନଙ୍କୁ ବାହାଘରପାଇଁ ପ୍ରପୋଜ କରିବାକୁ ଲାଗିଯାଇଥିଲେ । ଦୁନିଆର ବେଷ୍ଟ ଟୁରିଷ୍ଟ ପ୍ଲେସ ମଧ୍ୟରେ ଆଇସଲାଣ୍ଡର ନାମ ଆସୁଛି । ଏହି ଦେଶର ଝିଅମାନେ ବହୁତ ସୁନ୍ଦର ଅଟନ୍ତି ।

ଆଇସଲାଣ୍ଡ ଏମ୍ବାସି ସ୍ପଷ୍ଟ କଲେ :-

ଏମ୍ବାସିରେ ଲୋକନମାନେ ଏହି ଫରଜି ଖବରକୁ ନେଇ ପଚରାଉଚରା ମଧ୍ୟ କରିଥିଲେ । ଆଇସଲାଣ୍ଡ ସହ ଜଡିତ ଏହି ଘଟଣା ଡେନମାର୍କର ଦୂତାବାସ ମଧ୍ୟ ଦେଖିଲେ ଓ ତା ସହିତ ଏହି ଫରଜି ଖବରକୁ ନେଇ ସେମାନେ ନିଜ ଫେସବୁକ ପେଜରେ କହିଲେ କି ଆଇସଲାଣ୍ଡର ସରକାର ଏମିତି କୌଣସି ଖବର କାଢିନାହାନ୍ତି ।

Leave a Reply