ବର୍ତମାନ ସୋସିଆଲ ମିଡ଼ିଆ ରେ ଗୋଟେ ଭିଡ଼ିଓ ଭାଇରଲ ହଉଚି। ଏହି ଭିଡ଼ିଓ ରେ ସଫା ସଫା ଦେଖା ଯାଉଚି କି ଗୋଟେ ଟିଟିଇ ବୁଜୁର୍ଗ ଙ୍କ ଠାରୁ ପଇସା ନେଉଛନ୍ତି। ତାପରେ ବୁଜୁର୍ଗ ହାତ ଯୋଡ଼ି ତାଙ୍କୁ ପଇସା ମାଗୁଛନ୍ତି। ଟିଟିଇ ସବୁ ପଇସା ରଖି କିଛି ଫେରାଇ ଦେଉଛନ୍ତି।

ଏହି ଭିଡ଼ିଓ ଭାଇରଲ ହେଲା ପରେ ବିଭିନ୍ନ ପ୍ରକାରର ଦାବି କରା ଯାଉଛି। କିଛି ଲୋକଙ୍କ କହିବା ଅନୁସାରେ ବୁଜୁର୍ଗ ଜଲ୍ଦି ଜଲ୍ଦି ରେ ସ୍ଲିପର ରେ ଚଢ଼ିଗଲେ। ମାତ୍ର ତାଙ୍କ ପାଖରେ ଜେନେରାଲ କ୍ଲାସ ର ଟିକଟ ଥିଲା। ସେଥିପାଇଁ ଟିଟିଇ ତାଙ୍କ ଠାରୁ ପଇସା ନେଲେ।

ଏହା ପରେ ରେଳ ବିଭାଗ ମଧ୍ୟ ଟ୍ୱିଟ କଲା କି ଦୟାକରି ଆପଣ ଆମକୁ କୁହନ୍ତୁ ଏହି ଘଟଣା ଆପଣଙ୍କ ସହ କେବେ ଆଉ କେଉଁ ସମୟରେ ଘଟିଥିଲା। ତାପରେ ଆମେ ଏହି ଘଟଣା ର ତଦନ୍ତ କରିବୁ।
ରେଳ ବିଭାଗ ର ସୂଚନା ଅନୁଯାୟୀ ଏହି ଘଟଣା ତଦନ୍ତ କରାଯାଇ ମାନ୍ୟବର ଟିଟିଇ ଙ୍କୁ ସସପେଣ୍ଡ କରି ଦିଆଯାଇଛି। ତଦନ୍ତ ସମ୍ପୂର୍ଣ୍ଣ ଭାବରେ ସରିଲା ପରେ ପୁରା ଘଟଣା ବିଷୟରେ ଜଣା ପଡିବ।