ଆପଣ ଜାଣିଥିବେ ନିକଟରେ ହୋଇଥିବା ପୁଲବାମା ଆକ୍ରମଣରେ ପ୍ରାଣ ହରେଇଥିବା ଏକ ସହିଦଙ୍କ ଘରକୁ ବିସିସିଆଇ ସହ ମିଶି ଧୋନି ୨୦ ଲକ୍ଷ ସାହାଯ୍ୟ କରିଥିଲେ । ଏପରିକି ଶୁଣାଯାଏ ଯେ ଧୋନି ବହୁତ ସାମାଜିକ ସଂସ୍ଥାନ କୁ ବହୁତ ଅର୍ଥରାଶି ସାହାଯ୍ୟ ମଧ୍ୟ କରିଛନ୍ତି । ଯିଏ ଅନ୍ୟ ଲୋକ ପାଇଁ ଏସବୁ ସାହାଯ୍ୟ କରିପାରନ୍ତି ତାହାହେଲେ ନିଜ ସାଙ୍ଗ ମାନଙ୍କ ପାଇଁ କଣ ନ କରିପାରିବେ ଆପଣ ଭାବନ୍ତୁ ।

କିଛି ଦିନ ପୂର୍ବେ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ଼ ମଧ୍ୟରେ ଚାଲିଥିବା ଏକ ମ୍ୟାଚ ଶେଷ ହେବା ପରେ ଯେବେ ମହେନ୍ଦ୍ର ସିଂହ ଧୋନି ଷ୍ଟାଡିୟମ ବାହାରକୁ ଯାଇଥିଲେ ସେଠାରେ ଥିବା ଏକ ଚା ଦୋକାନ ଉପରେ ତାଙ୍କର ନଜର ପଡିଥିଲା ସେ ଆଉ କିଏ ନୁହନ୍ତି ଧୋନିଙ୍କ ବହୁତ ପୁରୁଣା ସାଙ୍ଗ ଥିଲେ । ଧୋନି ଯେଉଁ ସମୟରେ ରେଳୱେୟ ରେ TTE କାମ କରୁଥିଲେ ସେତେବେଳେ ଏହି ଚା ଦୋକାନୀ ଥୋମସ ରେଳୱେୟ ଷ୍ଟେସନ ରେ ଚା ଷ୍ଟଲ କରିଥିଲେ । ଏବଂ ଧୋନି ସେହି ଚା ଦୋକାନ କୁ ଦିନକୁ ବହୁ ଥର ମଧ୍ୟ ଯାଉଥିଲେ ।

ଯେବେ ଧୋନି ତାଙ୍କ ପୁରୁଣା ସାଙ୍ଗକୁ ଦେଖି ଥିଲେ ହଠାତ୍ ସେଠାକୁ ଯାଇ ତାଙ୍କୁ କୁଣ୍ଢେଇ ପକାଇଥିଲେ ଏବଂ ସେଠାରେ ଥିବା ସମସ୍ତ ପୁରୁଣା ସାଙ୍ଗ କୁ ଡାକି ସେଲ୍ଫି ମଧ୍ୟ ନେଇଥିଲେ ।

ଖାଲି ଏତିକି ନୁହେଁ ଧୋନି ସମସ୍ତଙ୍କୁ କୋଲକତା ରେ ଏକ ବଡ ହୋଟେଲରେ ଡିନର ମଧ୍ୟ ଦେଇଥିଲେ । ଏହା ସହ ଧୋନି ତାଙ୍କ ପୁରୁଣା ସାଙ୍ଗକୁ କିଛି ଟଙ୍କା ମଧ୍ୟ ସାହାଯ୍ୟ କରିଥିଲେ ଯାହା ପାଇଁ ଆଜି ସେ ଏକ ବଡ ହୋଟେଲ ମଧ୍ୟ କରିପାରିଛନ୍ତି ।