ଦେଶର ଫେମସ ପର୍ଯ୍ୟଟନ ସ୍ଥାନ ମଧ୍ୟରୁ ଗୋଟେ ହେଉଛି ହିମାଞ୍ଚଳ ପ୍ରଦେଶ । ଶିମଲା, ମନାଲି ଓ କୁଲୁ ଭଳି ସ୍ଥାନକୁ ବର୍ଷସାରା ଅନେକ ଲୋକ ବୁଲିବାପାଇଁ ଆସନ୍ତି । ତେବେ ଏଭଳି ସ୍ଥାନରେ ମଧ୍ୟ ଦେହ ବ୍ୟବସାୟ ଚାଲୁଛି । ଏଠାରେ ଦେହ ବ୍ୟବସାୟ ଚଲାଇବାକୁ ବିଦେଶରୁ ଯୁବତୀମାନଙ୍କୁ ଆଣି ଏହି ଧନ୍ଦାରେ ଲଗାଯାଏ । ଦୀର୍ଘ ଦିନ ଧରି ଏଠାରେ ସେକ୍ସ ରାକେଟ ଚାଲୁଥିଲା । ଗୁପ୍ତ ସୂଚନା ପାଇ ପୋଲିସ ସେଠାରେ ପହଞ୍ଚି ଚଢଉ କରିଥିଲା ଓ ପୋଲିସ ସେଠାରୁ ୨ ଜଣ ମହିଳାଙ୍କୁ ଉଦ୍ଧାର କରିଛି ।

ଦୁଇ ଜଣ ଯୁବତୀ ହେଉଛନ୍ତି ବାହାର ରାଜ୍ୟର । ଜୋର ଜବରଦସ୍ତି କରି ଉଭୟଙ୍କୁ ଏହି ଧନ୍ଦାରେ ଲଗାଯାଇଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ମଣ୍ଡି ସଦରର ରାମନଗର ଏରିଆରେ ପୋଲିସ ଏହି ଚଢଉ କରିଥିଲା । ମଣ୍ଡିର ଜଣେ ମହିଳା ନିଜ ଘରେ ଏହି ଦେହଜୀବୀମାନଙ୍କୁ ରଖି ସେକ୍ସ ରାକେଟ ଚଳାଉଥିଲେ ।

ହୋଟେଲକୁ ମଧ୍ୟ ଦେହଜୀବୀମାନଙ୍କୁ ପଠାଯାଉଥିଲା । ଦୀର୍ଘ ଦିନ ଧରି ଚାଲୁଥିବା ଏହି ଧନ୍ଦା ବିଷୟରେ ଆଖପାଖ ଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିବା ପରେ ପୋଲିସ ଛଢଉ କରିଥିଲା । ପୋଲିସ ସେଠାରେ ଚଢଉ କରିବା ପରେ ଘଟଣା ସ୍ଥଳରୁ ଧନ୍ଦା ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ଗିରଫ କରିଛି । ଗିରଫ ହୋଇଥିବା ଯୁବତୀକୁ ପୋଲିସ ପଚରା ଉଚରା କରୁଛି । ପୋଲିସ ମାମଲା ରୁଜୁ କରି ଅନୁସନ୍ଧାନ କରୁଛି ।