ଦୁଷ୍କର୍ମ ପରେ ମହିଳାଙ୍କ ମୃତ୍ୟୁ, ପୁଅ, ଝିଅ ଓ ସ୍ୱାମୀଙ୍କ ଅବସ୍ଥା ଶୋଚନୀୟ, ପଢନ୍ତୁ ସମ୍ପୂର୍ଣ ଖବର ।

ଜୀବନ ମରଣ ସହ ୧୫ ଦିନର ସଂଘର୍ଷ ପରେ ଶେଷରେ ଆଖି ବୁଜିଲେ ଜୟପୁର ଶିଆଡିମାଳର ଦୁଷ୍କର୍ମ ପୀଡିତା । ମା ଚାଲିଗଲା, ବାପା ମାନସିକ ରୋଗୀ । କେମିତି ବଞ୍ଚିବେ ୯ ବର୍ଷର ପୁଅ ଆଉ ୫ ବର୍ଷର ଝିଅ । ହେଲେ କ୍ଷତି ପୂରଣ ବାବଦକୁ ମାତ୍ର ୧୦ ହଜାର ଟଙ୍କା ପରିବାର ଲୋକଙ୍କୁ ଦେଇ ଚୁପ୍ ବସିଛି ପ୍ରଶାସନ ।

ଦୁନିଆ କଣ ଜାଣିବା ଆଗରୁ ଦୁଇ ଭାଇ-ଭଉଣୀ ମାଆକୁ ହରାଇଛନ୍ତି । ଘରର ମୁରବୀ ବାପା ଅଛନ୍ତି, ହେଲେ ସେ ମାନସିକି ରୋଗୀ । କେମିତି ବଞ୍ଚିବେ ଦୁଇ ପିଲା ? ପୁଅର ବୟସ ୯ ବର୍ଷ ଓ ଝିଅକୁ ୫ । ଜୟପୁର ସିଆଡ଼ିମାଳ ଗଣ ଦୁଷ୍କର୍ମ ପୀଡିତା ୧୫ ଦିନର ଜୀବନ ମରଣ ସଂଘର୍ଷ ପରେ ଆଖି ବୁଜିଛନ୍ତି । ମା ଆରପାରିରେ, ବାପା ରୋଗୀ ଲୋକ ।

ଏ ଦୁଇ ପିଲାଙ୍କ ଅବସ୍ଥା କଣ ହେଉଥିବ ଆପଣ ବୁଝିପାରୁଥିବେ ନିଶ୍ଚୟ । ପ୍ରଶାସନ ଶୁଦ୍ଧି କ୍ରିୟା ପାଇଁ ରେଡ କ୍ରସରୁ ୧୦ ହଜାର ଟଙ୍କା ସହାୟତା ଦେଇ ନିଜ ଦାୟିତ୍ବ ସାରିଦେଲା । ଏବେ ଗାଁ ଲୋକ ଓ ସଂପର୍କୀୟମନେ ମାଗିକି ପୀଡିତାଙ୍କ ଶୁଦ୍ଧିକ୍ରିୟା କରୁଥିବା ବେଳେ ଦୁଇ ଶିଶୁଙ୍କ ଥଇଥାନ ଓ କ୍ଷତି ପୂରଣ ଦାବି କରୁଛନ୍ତି ।

ଘଟଣାରେ ୨ ଅଭିଯୁକ୍ତ ରମେଶ ଦଣ୍ଡସେନା ଓ କମଳୁ ଲୋଚନ ଦଣ୍ଡସେନା ତ ଗରିଫ ହୋଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ସମସ୍ତ ପ୍ରମାଣ ପାଇ ସାରିଛି ପୋଲିସ ଟିମ । ପୋଲିସ ବି ତଦନ୍ତ ଜାରି ରଖିଛି ।

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ଜୟପୁର ବିଧାୟକ ପୃଥକ ପୃଥକ ଭାବେ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟି ସାନ୍ତନା ଦେଉଛନ୍ତି । ୨ ପିଲାଙ୍କ ପାଠପଢା ରାଜ୍ୟ ସରକାର ବହନ କରିବା ସହିତ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି ଜୟପୁର ବିଧାୟକ ।

Leave a Reply