ଖାଲି ପାଣି ବୋତଲ ପାଇଁ ରେଳ ବିଭାଗ ଦେଵ ୫ ଟଙ୍କା ପ୍ରତି ବୋତଲ, ଜାଣନ୍ତୁ ଏହା ପଛର କାରଣ ।

ରେଳ ଷ୍ଟେସନ ଓ ଟ୍ରେନର ବଗିରେ ପଡିଥିବା ଖାଲି ପାଣି ବୋତଲ ପିଛା ଏବେ ୫ ଟଙ୍କା ଲେଖାଏଁ ଦେବାକୁ ରେଳ ବିଭାଗ ସ୍ଥିର କରିଛି | ଯେକୌଣସି ବ୍ୟକ୍ତି ଏହି ବୋତଲ ଆଣି ଜମା କରିବା ପରେ ବୋତଲ ପିଛା ଆପଣଙ୍କୁ ୫ ଟଙ୍କା ଲେଖାଏଁ ମିଳିବ | ଖାଲି ପାଣି ବୋତଲରୁ ଟି ସାର୍ଟ ପ୍ରସ୍ତୁତ କରାଯିବ ବୋଲି ରେଳ ବିଭାଗ ଯୋଜନା ପ୍ରସ୍ତୁତ କରିଛି |

ଖାଲି ପାଣି ବୋତଲ ସଂଗ୍ରହ କରିବା ଦ୍ୱାରା ରେଳ ବଗି ଆବର୍ଜନା ମୁକ୍ତ ହେବା ସହିତ ପରିବେଶ ପ୍ରଦୂଷଣ ମଧ୍ୟ ଦୂର ହୋଇପାରିବ ବୋଲି ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି | ପୂର୍ବ-ମଧ୍ୟ ରେଳ ବିଭାଗ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ପାଟନା ଜଙ୍କସନ, ରାଜେନ୍ଦ୍ର ନଗର, ପାଟନା ସାହିବ ଓ ଦାନପୁର ଷ୍ଟେସନରେ ଏକ ମେସିନ ଲଗାଯାଇଛି |

ଏଥିରେ ପ୍ଲାଷ୍ଟିକ ବୋତଲକୁ ନଷ୍ଟ କରାଯିବା ସହିତ ଟୋପି ଓ ସାର୍ଟ ପ୍ରସ୍ତୁତ କରାଯାଉଛି | ପୂର୍ବ ମଧ୍ୟ ରେଲ ବିଭାଗର ମୁଖ୍ୟ ଅଧିକାରୀ କହିଛନ୍ତି କି ପ୍ଲାଷ୍ଟିକ ବୋତଲରୁ ସବୁ ସମୟରେ ପିନ୍ଧିବା ଉପଯୋଗୀ ସାର୍ଟ ପ୍ରସ୍ତୁତ କରାଯିବାର ଉଦ୍ୟମ ଆରମ୍ଭ କରାଯାଇଛି | ଖୁବ ଶୀଘ୍ର ଏହି ପୋଷାକ ବଜାରରେ ଉପଲବ୍ଧ ହେବ |

Leave a Reply