ଅଭିନେତା ରାହୁଲ ବୋଷ, ଯିଏ ବର୍ତମାନ ଗୋଟେ ଫିଲ୍ମର ସୁଟିଙ୍ଗପାଇଁ ଚଣ୍ଡୀଗଡ଼ର ସବୁଠୁ ବଡ ୫ ଷ୍ଟାର ହୋଟେଲମାନଙ୍କ ମଧ୍ୟରୁ ଗୋଟିଏରେ ରହୁଛନ୍ତି । ଏଠାରେ ରାହୁଲଙ୍କ ସହିତ କିଛି ଏମିତି ହେଲା କି ସେ ଆଶ୍ଚର୍ଯ୍ୟ ହୋଇଗଲେ ।

ନିଜର ନବୀନତମ ଟ୍ୱିଟରେ ରାହୁଲ ଗୋଟେ ପୋଷ୍ଟ ସେୟାର କଲେ । ଅଭିନେତା ପ୍ରଥମେ ପ୍ରଶଂସକଙ୍କୁ ସେହି ହୋଟେଲର ରୁମର ଗୋଟେ ଝଲକ ଦେଖେଇଲେ, ଯେଉଁ ରୁମରେ ସେ ରହୁଥିଲେ । ପରେ ସେ ହୋଟେଲରେ ଦୁଇଟି କଦଳୀ ଅର୍ଡର କଲେ କିନ୍ତୁ ସେହି ଦୁଇଟି କଦଳୀର ବିଲ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଅଭିନେତା କହିଲେ କି ଯେବେ ସେ ଜିମରେ ୱାର୍କଆଉଟ କରୁଥିଲେ ତେବେ ସେହି ସମୟରେ ସେ ଦୁଇଟି କଦଳୀ ଅର୍ଡର କରିଥିଲେ ଓ ସେହି ଦୁଇଟି କଦଳୀର ବିଲ ୪୪୨.୫୦ ଟଙ୍କା ଥିଲା, ” ଫ୍ରୁଟ ପ୍ଲେଟର ” ନାମରେ ଆସିଥିଲା । ସେହି ବିଲରେ CGST ଓ UTGST ସମ୍ପୃକ୍ତ ଥିଲା । ଆପଣ ଫୋଟର ଦେଖିପାରୁଥିବେ କି ଏହି କଦଳୀ ସମ୍ପୂର୍ଣ ସାଧା ଥିଲା, ବିନା କୌଣସି ପ୍ରକାରର ମିଶ୍ରଣ ଅଥବା କୌଣସି ଜିନିଷ ବିନା ।