ଭାରତରେ ଅନେକ ପ୍ରକାରର ମଦିରା ଅଛି, ମାତ୍ର ସେ ମଧ୍ୟରୁ କେତେକ ଅତ୍ୟନ୍ତ ଅଦ୍ଭୁତ ଓ ସୁନ୍ଦର ହୋଇଥାଏ । ଏମିତି କିଛି ମନ୍ଦିର ବି ଅଛି ଯେଉଁଠି କିଛି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖା ଯାଇଥାଏ ।

ବର୍ତମାନ ଶ୍ରବଣ ମାସ ଆଉ ମହାଦେବ ଶିବଙ୍କ ପ୍ରିୟ ମାସ । ସେଥିରେ ପୁଣି ଶ୍ରାବଣ ମାସର ପ୍ରଥମ ସୋମବାର । ଏଭଳି ଏକ ଦିନରେ ଶୈବ ପୀଠରେ ସାପ-କଇଁଚ ଖେଳ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଜନସମାଗମ ହୋଇଥିଲା ।

ପାରଳାଖେମୁଣ୍ଡି ହସ୍ପିଟାଲ ଛକ ନିକଟରେ ଥିବା ଅର୍ଦ୍ଧନାରେଶ୍ବର ମନ୍ଦିରରେ ୫୦ରୁ ଅଧିକ କଇଁଛ ରହିଥାନ୍ତି । କଇଁଛ ମନ୍ଦିର ଭାବେ ମଧ୍ୟ ଏହା ପରିଚିତ । ତେବେ ଗତକାଲି ଜଳାଭିଷେକ ପାଇଁ ଏଠାରେ କାଉଡିଆମାନଙ୍କ ଭିଡ ମଧ୍ୟାହ୍ନ ଯାଏଁ ଲାଗି ରହିଥିଲା ।

ଅପରାହ୍ନରେ ଏକ ନାଗ ସାପ କଇଁଛଙ୍କ ଗହଣରେ ରହି ଖେଳୁଥିବାର ଦେଖିବାକୁ ମିଳିଥିଲା । ଏହା ପ୍ରଚାର ହେବା ପରେ ସହରର ବିଭିନ୍ନ ସ୍ଥାନରୁ ଲୋକଙ୍କ ସୁଅ ଛୁଟିଥିଲା ଏଠାକୁ । ଲୋକେ ଏହା ଭଗବାନଙ୍କ ଲୀଳା ବୋଲି କହିବା ସହ ପୂଜାର୍ଚ୍ଚନା ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା ।