ହିଟ ହେବାପରେ ଏହି ଅଭିନେତ୍ରୀମାନେ ଧୋକା ଦେଲେ ନିଜ ବୟଫ୍ରେଣ୍ଡକୁ, ଜଣେ ପିଲାବେଳର ପ୍ରେମକୁ ଛାଡିଦେଇଥିଲେ |

ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଫେୟାର ହେବା ଆଜିକାଲି ସାଧାରଣ ହୋଇଯାଇଛି | କେତେ ଏମିତି ବଲିବୁଡ଼ ଅଭିନେତ୍ରୀ ଅଛନ୍ତି, ଯେଉଁମାନଙ୍କର ୫ରୁ ଅଧିକ ପୁଅମାନଙ୍କ ସହିତ ବ୍ରେକଅପ ହୋଇଯାଇଛି | ଆଜି ଆମେ ଆପଣଙ୍କୁ କିଛି ଏମିତି ବଲିବୁଡ଼ ଅଭିନେତ୍ରୀମାନଙ୍କ ବିଷୟରେ କହିବୁ, ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ହିଟ ହେବାପରେ ନିଜ ବୟଫ୍ରେଣ୍ଡକୁ ଧୋକା ଦେଇ ତାଙ୍କ ସହିତ ବ୍ରେକଅପ କରିଦେଲେ |

୧. ଆଲିଆ ଭଟ :-

ଆଲିଆ ଭଟ ଏବେ ବଲିବୁଡ଼ର ହିଟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଓ ଏପର୍ଯ୍ୟନ୍ତ କେତେ ଭଲ ଫିଲ୍ମରେ କାମ କରିସାରିଛନ୍ତି | ସେ ବର୍ଷ ୨୦୧୨ରେ ଫିଲ୍ମ ‘ ସ୍ଟୁଡେଣ୍ଟ ଅଫ ଦ ଇୟର ‘ ରୁ ନିଜର ଡେବ୍ୟୁ କରିଥିଲେ ଓ ସେହି ସମୟରେ ସେ ଅଲୀ ଦାଦରକରଙ୍କୁ ଡେଟ କରୁଥିଲେ | ପିଲାବେଳୁ ଓ ସ୍କୁଲରେ ମଧ୍ୟ ଏକ ସାଙ୍ଗରେ ରହୁଥିଲେ କିନ୍ତୁ ବଲିବୁଡ଼ରେ ପ୍ରଥମ ଫିଲ୍ମ ରିଲିଜ ହେବାପରେ ଆଲିଆ ଭଟ ଅଲୀଙ୍କୁ ଛାଡିଦେଇଥିଲେ |

୨. ଅନୁଷ୍କା ଶର୍ମା :-

ଅନୁଷ୍କା ଶର୍ମା ନିଜର ମଡେଲିଙ୍ଗ ସମୟରେ ଜୋହେବ ୟୁସୁଫଙ୍କୁ ଡେଟ କରୁଥିଲେ | ଦୁଇଜଣ ଏକାସାଙ୍ଗରେ ବେଙ୍ଗାଲୁରୁରେ ମଡେଲିଙ୍ଗ କରୁଥିଲେ ଓ ବଲିବୁଡ଼ରେ ନିଜର ଭାଗ୍ୟ ବଦଳେଇବାପାଇଁ ମୁମ୍ବାଇ ଆସିଗଲେ | | ଅନୁଷ୍କା ଶର୍ମାଙ୍କୁ ଶାହରୁଖ ଖାନଙ୍କ ସହିତ ‘ ରବ ନେ ବନା ଦୀ ଜୋଡି ‘ ଫିଲ୍ମରେ କାମ କରିବାକୁ ମିଳିଗଲା | ଯାହାପରେ ଅନୁଷ୍କା ଶର୍ମା ଜୋହେବଙ୍କୁ ଛାଡିଦେଇଥିଲେ ଓ ଜୋହେବ ବାଙ୍ଗାଲୁରୁ ଫେରିଗଲେ | ଏବେ ଅନୁଷ୍କା ଶର୍ମା ବଲିବୁଡ଼ର ଷ୍ଟାର ଅଭିନେତ୍ରୀ ହୋଇଯାଇଛନ୍ତି ଓ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ସହ ନିଜର ବିବାହିତ ଜୀବନ ବହୁତ ଖୁସିରେ କାଟୁଛନ୍ତି |

୩. ଦୀପିକା ପାଦୁକୋଣ :-

ଦୀପିକା ପାଦୁକୋଣ ନିଜର ଫିଲ୍ମ ସହିତ ନିଜର ଅଫେୟାରସକୁ ନେଇ ବହୁତ ଚର୍ଚାରେ ରୁହନ୍ତି | ନିଜର ମଡେଲିଙ୍ଗ ଦିନରେ ବହୁତ ସମୟ ପର୍ଯ୍ୟନ୍ତ ସେ ନିହାର ପାଣ୍ଡ୍ୟାଙ୍କୁ ଡେଟ କରୁଥିଲେ | ଦୁଇଜଣଙ୍କର ପ୍ରଥମ ଦେଖା ମୁମ୍ବାଇର ଗୋଟେ ଏକ୍ଟିଙ୍ଗ ସ୍କୁଲରେ ହୋଇଥିଲା | ରିପୋର୍ଟ ଅନୁସାରେ ଦୁଇଜଣ କିଛି ସମୟ ପର୍ଯ୍ୟନ୍ତ ଲିଭ ଇନରେ ମଧ୍ୟ ରହିଥିଲେ କିନ୍ତୁ ବଲିବୁଡ଼ରେ ସଫଳତା ମିଳିବାପରେ ଦୁଇଜଣଙ୍କର ବ୍ରେକଅପ ହୋଇଗଲା |

୪. ପ୍ରିୟଙ୍କା ଚୋପଡା :-

ବଲିବୁଡ଼ରେ ସଫଳ ହେବା ପୂର୍ବରୁ ପ୍ରିୟଙ୍କା ଚୋପଡା ଅସୀମ ମଂଚେଟଙ୍କୁ ଡେଟ କରୁଥିଲେ ଓ ମିସ ୱାର୍ଲଡ ହେବାପରେ ସେ ଅସୀମ ମଂଚେଟଙ୍କୁ ଛାଡିଦେଇଥିଲେ | ୨୦୧୪ରେ ଯେବେ ଅସୀମ ମଂଚେଟ ନିଜର ଜୀବନ ଉପରେ ଗୋଟେ ଫିଲ୍ମ ବନେଇବାପାଇଁ ଘୋଷଣା କଲେ, ତେବେ ପ୍ରିୟଙ୍କା ଚୋପଡା ତାଙ୍କୁ ଏହି ଘଟଣା ପାଇଁ କାନୂନୀ ନୋଟିସ ପଠେଇଥିଲେ |

Leave a Reply