BCCI ମାଗିଲା କୋଚ ପଦପାଇଁ ଆବେଦନ, ଏହି ଦିଗ୍ଗଜମାନେ ଭାରତର ପରବର୍ତୀ କୋଚ ହୋଇପାରନ୍ତି ।

BCCI ମଙ୍ଗଳବାର ଦିନ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ସହିତ ସମସ୍ତ କୋଚିଙ୍ଗ ଷ୍ଟାଫ ପାଇଁ ଆବେଦନ ମାଗିଛି । ଗଲାଥର କୋଚ ଅନିଲ କୁମ୍ବଲେଙ୍କୁ ଯେଉଁ ପ୍ରକାରର ସିଧା ପ୍ରବେଶ ଦିଆଯାଇଥିଲା, ଠିକ ସେହିପରି ଏଥର ଟିମର ବର୍ତମାନ କୋଚ ରବି ଶାସ୍ତ୍ରୀ ଓ ତାଙ୍କର ସହଯୋଗୀଙ୍କୁ ଇଣ୍ଟରଭିୟୁରେ ସିଧା ପ୍ରବେଶ ଦିଆଯାଇଥିଲା ।

BCCI ଯେଉଁ ପଦପାଇଁ ଆବେଦନ ମାଗିଛି ସେଥିରେ ବିରାଟ ଏବଂ କମ୍ପନୀ ମାନେ ସିନିୟର ଟିମର ମୁଖ୍ୟ କୋଚ, ବ୍ୟାଟିଙ୍ଗ କୋଚ, ଫିଲଡିଂଗ କୋଚ, ଫିଜିଓ, ସ୍ଟ୍ରେଥ ଏବଂ କଣ୍ଡିସନିଙ୍ଗ କୋଚ ଓ ଆଡମିନଷ୍ଟ୍ରେଟିଭ ମ୍ୟାନେଜର ପଦ ସାମିଲ ଅଛି । BCCI ଦ୍ୱାରା ଜାରି କରାଯାଇଥିବା ଏହି ପଦପାଇଁ ଶେଷ ତାରିଖ ହେଉଛି ୩୦ ଜୁଲାଇ ।

କୁହାଯାଉଛି କି ମୁଖ୍ୟ କୋଚ ପଦପାଇଁ ରାହୁଲ ଦ୍ରାବିଡ଼ ସମସ୍ତଙ୍କର ପସନ୍ଦ । ସେ ଇଣ୍ଡିଆ U-19 ଟିମକୁ ବହୁତ ଭଲରେ ଗାଇଡ଼ କରିଛନ୍ତି । ରାହୁଲ ଦ୍ରାବିଡ଼ ଏହି ପଦପାଇଁ ଆବେଦନ ଭରିବାକୁ ଯିବେ । ଦ୍ରାବିଡ଼ ଯଦି ଆବେଦନ ଭରିଛନ୍ତି ତେବେ ସେ ଏହି ପଦପାଇଁ ମୁଖ୍ୟ ଦବେଦାର ହେବେ ।

ବୋର୍ଡ ଅନୁସାରେ, ମୁଖ୍ୟ କୋଚ ପାଇଁ ବୟସ ସୀମା ୬୦ ବର୍ଷ ଅଟେ ଓ ତାଙ୍କୁ ଅତିକମରେ ୨ ବର୍ଷର ଅନ୍ତରାଷ୍ଟ୍ରୀୟ ଅନୁଭବ ହେବ ଦରକାର । ଟିମ ଇଣ୍ଡିଆର ୱେଷ୍ଟଇଣ୍ଡିଜ ଟୁର ୩ ଅଗଷ୍ଟରୁ ୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଅଛି । ଏହାପରେ ବୋଲିଙ୍ଗ କୋଚ ଭରତ ଅରୁଣ, ବ୍ୟାଟିଙ୍ଗ କୋଚ ସଞ୍ଜୟ ବାଂଗଡ ଓ ଫିଲଡିଂଗ କୋଚ ଆର. ଶ୍ରୀଧର, ଏମାନଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଯିବ । ଏମାନେ ସମସ୍ତେ ପୁଣିଥରେ ଆବେଦନ କରିପାରିବେ ।

Leave a Reply