ସୁନା ଓ ଚାନ୍ଦିରେ ନିର୍ମିତ ବିଶ୍ବ କପ ଟ୍ରଫି ଫାଇନାଲ ବିଜେତା ଇଂଲଣ୍ଡ ଟିମକୁ ମିଳିବ ନାହିଁ, କାରଣ କଣ ଜାଣନ୍ତୁ ।

ଇଂଲଣ୍ଡ ପ୍ରଥମଥର ବିଶ୍ବ କପ ଜିତି ଇତିହାସ ସୃଷ୍ଟି କରିଛି । ଏହି ବିଶ୍ବ କପଟିକୁ ହାସଲ କରିବା ଇଂଲଣ୍ଡ ପକ୍ଷରେ ସହଜ ନଥିଲା । ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ବିଶ୍ବ କପ ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ଉଭୟ ଟିମ ମଧ୍ୟରେ ଲଢ଼େଇ ହୋଇଥିଲା । ନିର୍ଦ୍ଧାରିତ ଓଭର ମଧ୍ୟରେ ଉଭୟ ଦଳ ସମାନ ରନ କରିଥିବାରୁ ମ୍ୟାଟି ଡ୍ର ହୋଇଥିଲା ।

ପୁଣି ଉଭୟ ଦଳ ମଧ୍ୟରେ ସୁପର ଓଭର ଖେଳ ହୋଇଥିଲା । ଏହି ଓଭରରେ ମଧ୍ୟ ରନ ସମାନ କରିଥିବାରୁ ପୁଣି ମ୍ୟାଚଟି ଡ୍ର ହୋଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡ ଅଧିକ ବାଉଣ୍ଡ୍ରି ମାରିଥିବାରୁ ଆଇସିସି ଇଂଲଣ୍ଡକୁ ବିଜେତା ଘୋଷଣା କରିଥିଲା । କ୍ରିକେଟପ୍ରେମୀମାନେ ଭାବୁଥିବେ କି, ଜିତିବା ପରେ ବିଶ୍ବ କପ ଟ୍ରଫିକୁ ଇଂଲଣ୍ଡ ଅଧିକାର କରିବ । ଆସନ୍ତୁ ଜାଣିବା ବିଶ୍ବ କପ ଟ୍ରଫିର ପ୍ରକୃତ ଅଧିକାରୀ କିଏ ?

ବିଶ୍ବ କପର ବିଜେତା ଟିମକୁ ଏହି ଅସଲି ଟ୍ରଫି ଦିଆଯାଇ ନଥାଏ ବରଂ ଏହି ଟ୍ରଫିଭଳି ଅନ୍ୟ ଏକ ଟ୍ରିଫି ପ୍ରଦାନ କରାଯାଇଥାଏ । ଏହି ବିଶ୍ବ କପ ଟ୍ରଫି ଆଇସିସି ସଂଗ୍ରାହଳୟରେ ରଖାଯାଇଥାଏ । ବିଶ୍ୱ କପ ଟ୍ରଫିଟି ସୁନା ଓ ଚାନ୍ଦିଭଳି ଧାତୁରେ ନିର୍ମିତ ହୋଇଥାଏ । ଏହାର ଓଜର ୧୧ କିଲୋ ଥିବାବେଳେ ଲମ୍ବା ୬୦ ସେଣ୍ଟିମିଟର ରହିଥାଏ । ବିଶ୍ବ କପ ଟ୍ରଫି ଆକୃତି ଗ୍ଲୋବଭଳି ଦେଖାଯାଇଥାଏ ।

ବିଶ୍ବ କପ ଫାଇନାଲ ମ୍ୟାଚ ଖେଳିଥିବା ଦୁଇଟି ଟିମକୁ ମୋଟା ଅଙ୍କର ଅର୍ଥରାଶି ପ୍ରଦାନ କରାଯିବ । ଆଇସିସି ନ୍ୟୁଜିଲାଣ୍ଡ ଟିମକୁ ୧୪ କୋଟି, ଇଂଲଣ୍ଡ ଟିମକୁ ୨୮ କୋଟି ଓ ସେମିଫାଇନାଲ ମ୍ୟାଚ ଖେଳିଥିବାରୁ ଇଣ୍ଡିଆକୁ ୫ କୋଟି ଟଙ୍କା ପ୍ରଦାନ କରିବ ।

Leave a Reply

Your email address will not be published. Required fields are marked *