ହରିୟାନାର ସୋନିପତରେ ରହୁଥିବା ରବିନ୍ଦ୍ରଙ୍କର ନିଦ ହଜିଗଲା ଯେବେ ତାଙ୍କୁ ଜଣାପଡିଲା ନିଜ ସ୍ତ୍ରୀର ସତ । ଲୋକାଲ ଖବରକାଗଜ ଜାଗରଣ ଅନୁସାରେ ସ୍ୱପ୍ନା ନାମକ ଜଣେ ମହିଳାଙ୍କର ୮ ମାସ ପୂର୍ବରୁ ବାହାଘର ହୋଇଥିଲା । ଶାଶୁଘରେ ଇନକମ ବହୁତ କମଥିଲା ।
ସ୍ୱାମୀ ହରିୟାଣା ସରକାରରେ ଏବେ କ୍ଲର୍କ ରୂପରେ କାମ କରୁଥିଲା । ପରିବାର ଲୋକଙ୍କ କହିବା ଅନୁସାରେ ରବୀନ୍ଦ୍ର ୧ ବର୍ଷ ପୂର୍ବରୁ ଦିଲ୍ଲୀରେ ଲଗାତାର ୩ ବର୍ଷର ପ୍ରସ୍ତୁତି ପରେ ଏହି ଚାକିରୀ ପାଇଥିଲା, କିନ୍ତୁ ଏବେ ରବୀନ୍ଦ୍ର ଏହି ଦୁନିଆରେ ନାହିଁ । ତାଙ୍କ ମୃତ୍ୟୁର କାରଣ ଆଉ କେହି ନୁହଁ ବରଂ ତାଙ୍କ ନିଜ ସ୍ତ୍ରୀ ।
ପୋଲିସଙ୍କୁ ମିଳିଥିବା ସୂଈସାଇଡ ନୋଟରେ ରବୀନ୍ଦ୍ର ଲେଖିଥିଲେ କି ସବୁଦିନ ମୋର କାମକୁ ଗଲାପରେ ସ୍ୱପ୍ନା ପାଖରେଥିବା ମଳକୁ ଚୋରି କରିବାପାଇଁ ବାହାରିଯାଉଥିଲା । ଏହି ଘଟଣାର କଥା ମତେ ଥାନାରୁ ମିଳିଥିଲା । ସେ ଗୋଟେଥର ଏମିତି କରୁଥିବାବେଳେ କ୍ୟାମେରାରେ ଧରାପଡିଥିଲା ଓ ପୋଲିସ ତାକୁ ଧମକ ଦେଇକି ଛାଡିଦେଇଥିଲା ।
ବୁଝେଇଲାପରେ ମଧ୍ୟ ସ୍ୱପ୍ନା ମାନିଲେନି ଓ ଏହି କାମ କରିଚାଲିଲେ । ନିଜେ ସବୁଦିନ ଚୋରିକରିଥିବା ଜିନିଷକୁ ପାଖରେ ଥିବା ବଜାରରେ ଶସ୍ତା ଦାମରେ ବିକି ହଜାର ହଜାର ଟଙ୍କା ଆଣୁଥିଲା ନହେଲେ ବାହାନାମାରି ଘରେ କହୁଥିଲା, ମୁଁ ଏହି ପଇସା ବିଜନେସ କରିବାପାଇଁ ଲୋନରେ ଆଣିଛି । ପରିସ୍ଥିତି ବେକାବୁ ହେବାରୁ ରବୀନ୍ଦ୍ର ସାମାଜିକ ପ୍ରତିଷ୍ଠା ହରେଇବାର ଦେଖି ସେ ବୁଧବାର ଦିନ ସନ୍ଧ୍ୟାରେ ନିଜକୁ ଫାସୀ ଦେଇ ଆତ୍ମହତ୍ୟା କରିଥିଲେ । ସ୍ୱପ୍ନା ଘରୁ କୁଆଡେ ପଳେଇଛି ଏବଂ ପୋଲିସ ତାକୁ ଖୋଜୁଛି ।