ଭୁଲରେ ମଧ୍ୟ କରନ୍ତୁନାହିଁ ଏହି ସବୁ କାମ, ନହେଲେ ହେୟାରଫଲ ସମସ୍ୟା ଦେଖାଯିବ ।

ଚୁଟି ଭଲ ହେଉ ବୋଲି ସମସ୍ତେ କାମନା କରନ୍ତି । ନିଜ ଚୁଟିକୁ ସମସ୍ତେ ଭଲପାନ୍ତି । ବୁଢା ହେଉ ଅଥବା ଯବାନ କେହି ଚାହନ୍ତିନି କି ତାଙ୍କ ଚୁଟି ଝଡ଼ିଯାଉ । ଆଜିକାଲିର ଜୀବନଶୈଳୀରେ ଲୋକମାନେ ଅଜାଣତରେ କେତେ ଭୁଲ କରିଦେଉଛନ୍ତି । ଯାହାର ପ୍ରଭାବ ସିଧା ମୁଣ୍ଡ ବାଳ ଉପରେ ପଡ଼ିଥାଏ, ଯାହାଫଳରେ ଚୁଟି ଖରାପ ହୋଇଯାଉଛି । କିଛି ଏମିତିଆ ଭୁଲ ଯାହାକୁ ଆପଣ ଅଣଦେଖା କରିଦେଉଛନ୍ତି ସେ ବିଷୟରେ କହିବାକୁଯାଉଛୁ ।

ଲଣ୍ଡା ହେବାର ମୁଖ୍ୟ କାରଣ :-

ଲୋକମାନେ ଚୁଟି ଭଲ ହେଉ ବୋଲି ଶାମ୍ପୂ କରିଥାନ୍ତି କିନ୍ତୁ କିଛି ଲୋକ ଚୁଟିକୁ ନେଇ ଏତେ ସମ୍ବେଦନଶୀଳ ରୁହନ୍ତି କି ସବୁଦିନ ଶାମ୍ପୂ କରିଥାନ୍ତି । ଟିଭି ବିଜ୍ଞାପନକୁ ଦେଖିକି ଲୋକମାନେ ଏମିତିଆ ଭୁଲ କରିଦିୟନ୍ତି । ବିଜ୍ଞାପନର କଥା ଠିକ ଶାମ୍ପୂ ଲଗେଇଲେ ଚୁଟି ସଫା ରହିବ କିନ୍ତୁ ଦୁଇରୁ ତିନି ବର୍ଷରେ ଅଧିକ ଶାମ୍ପୂ ସବୁଦିନ ଲଗେଇଲେ ଚୁଟି ସବୁଦିନପାଇଁ ମଧ୍ୟ ସଫା ହୋଇଯିବ । ଏହାଠାରୁ ବଞ୍ଚିବାପାଇଁ ଆପଣମାନେ ଦରକାର ପଡିଲେ ହିଁ ଶାମ୍ପୂ ବ୍ୟବହାର କରନ୍ତୁ । ସପ୍ତାହରେ ଅଧିକରୁ ଅଧିକ ଦୁଇଥର ଶାମ୍ପୂ କରନ୍ତୁ । ଶାମ୍ପୂରେ ଅନେକ ରାସାୟନିକ ପଦାର୍ଥ ଅଛି ଯାହା ଚୁଟିକୁ ଦୁର୍ବଳ କରିଦିଏ, ଯାହାଫଳରେ ଚୁଟି ଉପୁଡ଼ିଥାଏ । ଯଦି ଆପଣ ନିଜ ଚୁଟିକୁ ଭଲ ରଖିବାପାଇଁ ଚାହୁଁଛନ୍ତି ତେବେ ଏହି ନିୟମକୁ ଅନୁସରଣ କରନ୍ତୁ ।

ଦ୍ୱିତୀୟ କଥା ଏହାକି ଯଦି ଆପଣ ଚୁଟିରେ ଶାମ୍ପୂ ଲଗାଉଛନ୍ତି ତାହାପରେ ଆପଣଙ୍କୁ କଣ୍ଡିସନର ଅବଶ୍ୟ ଲଗେଇବାକୁ ପଡିଥାଏ । ଶାମ୍ପୂରେ ଅନେକ ପ୍ରକାରର ହାନିକାରକ ରାସାୟନିକ ପଦାର୍ଥ ମିଶିଥାଏ ଯାହା ଚୁଟିକୁ ସଫା କରିବା ସହିତ ଦୁର୍ବଳ ମଧ୍ୟ କାରିଥାଏ । ଯଦି ଆପଣ ଶାମ୍ପୂ ପରେ କଣ୍ଡିସନରର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଚୁଟି ଘନ ଓ କୋମଳ ରହିବ ।

ଅଧିକାଂଶ ଲୋକ ଧୂଳି ଓ ପ୍ରଦୂଷଣରୁ ନିଜ ଚୁଟିକୁ ବଞ୍ଚେଇବାପାଇଁ ଟୋପୀର ବ୍ୟବହାର କରିଥାନ୍ତି କିନ୍ତୁ ଏହା ମଧ୍ୟ ଚୁଟି ପାଇଁ ବହୁତ ହାନିକାରକ ଅଟେ ।

ଅଧିକ ସମୟ ଟୋପୀ ପିନ୍ଧିଲେ ଚୁଟିକୁ ଠିକ ଭାବରେ ଅମ୍ଳଜାନର ମାତ୍ରା ମିଳିପାରେନାହିଁ ଯାହା ଲଣ୍ଡା ହେବାର କାରଣ ବହୁତ ବଢିଯାଏ । ଏଥିପାଇଁ ସବୁଦିନ ଟୋପୀ ପିନ୍ଧିବା ଚୁଟି ପାଇଁ ଭଲ ନୁହେଁ ।

Leave a Reply