IND vs WI: ବିରାଟ ଶତକ କରି ପାରି ନଥିଲେ ମଧ୍ୟ ମ୍ୟାଚ ମଧ୍ୟରେ ଏମିତି କିଛି କଲେ କି ସମସ୍ତଙ୍କ ହୃଦୟ ଜିତିଗଲେ

ଟିମ୍ ଇଣ୍ଡିଆ ତା’ର ଷଷ୍ଠ ମୁକାବିଲାରେ ଦୁଇଥରର ଚାମ୍ପିଅନ୍ ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରି କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ଏବେ ଟିମ୍ ଇଣ୍ଡିଆ ୧୧ ପଏଣ୍ଟ ହାସଲ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ସେମିଫାଇନାଲ୍ ନିକଟତର ହୋଇଛି।

ଭାରତୀୟ ଦଳର ବିଜୟ ଧାରା ଜାରି ରହିଛି। ଏଠାରେ ପାକିସ୍ତାନକୁ ହରାଇଥିବା ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍‌କୁ ମଧ୍ୟ ମନ୍ଥି ଦେଇଛି। ବିରାଟ କୋହଲି (୭୨) ଏବଂ ମହେନ୍ଦ୍ର ସିଂହ ଧୋନି (୫୬*)ଙ୍କ ‌ଧୈର୍ଯ୍ୟପୂର୍ଣ୍ଣ ଅର୍ଧଶତକ ପରେ ହାର୍ଦିକ ପାଣ୍ଡ୍ୟା (୪୬)ଙ୍କ ମନୋରଂଜନ ଭାରତକୁ ୨୬୮ ରନ୍‌ରେ ପହଞ୍ଚାଇଥିଲା।

ବିରାଟ ଜିତିଲେ ସମସ୍ତଙ୍କ ମନ:

ଏହି ମ୍ୟାଚ ରେ ବିରାଟ କୋହଲି ପୁଣି ଥରେ ଭଲ ପ୍ରଦର୍ଶନ କଲେ, ଆଉ ୭୨ ରନ କରି ଆଉଟ ହୋଇଥିଲେ। ସେ ଶତକ କରି ପରି ନଥିଲେ ମଧ୍ୟ ମ୍ୟାଚ ସମୟରେ ଏମିତି କିଛି କଲେ କି ସମସ୍ତେ ତାଙ୍କ ପ୍ରଶଂସା କଲେ।

ମ୍ୟାଚ ସମୟରେ ଏମିତି ହେଲା କି ବିରାଟ ବ୍ୟାଟିଙ୍ଗ କରୁଥିବା ବେଳେ ବୋଲିଙ୍ଗ କରୁଥିବା ହେଟମାୟାର କା କ୍ୟାପ ପବନରେ ଉଡି କୋହଲି ଙ୍କ ତରଫ କୁ ପଡିଗଲା। ଏମିତି ସେ ନିଜେ କ୍ୟାପ କୁ ଉଠେଇ ହେଟମାୟାର ଙ୍କୁ କ୍ୟାପ କୁ ଦେଇଦେଲେ। ହେଟମାୟାର ଆଇପିଏଲ ରେ ଆରସିବି ତରଫରୁ ଖେଳୁଥିଲେ।

Leave a Reply