ବେପାରୀର ତିଜୋରିରୁ ଲଗାତାର ପଇସା ଗାୟବ ହେଉଥିଲା । ଘରେ କେବେଳ ୩ ଜଣ ଲୋକ ଥିଲେ, ସ୍ୱାମୀ ସ୍ତ୍ରୀ ଓ ତାଙ୍କ ଝିଅ । ବେପାରୀ ନିଜ ଝିଅ ଓ ସ୍ତ୍ରୀକୁ ପଚାରିଲା, କିନ୍ତୁ କିଛି ଜଣାପଡିଲାନାହିଁ । ବେପାରୀ ଜଣକ ନିଜ ଓକିଲ ସାଙ୍ଗକୁ `ଏହି ଘଟଣା ବିଷୟରେ କହିବାରୁ ଓକିଲ କହିଲଲେ ଘରେ ଚୁପଚାପ ସିସିଟିଭି କ୍ୟାମେରା ଲଗେଇଦେଲେ ସତ କଣ ଜଣାପଡ଼ିଯିବ ।
ଝିଅ କାଢୁଥିଲା ଟ୍ୱିଜୋରୀରୁ ପଇସା :-
ଟ୍ୱିଜୋରୀରୁ ବେପାରୀଙ୍କର ଝିଅ ହିଁ ପଇସା କାଢୁଥିଲା । ସତ ସାମ୍ନାକୁ ଆସିବାପରେ ଝିଅ କାନ୍ଦି କାନ୍ଦି ପରିପାର ଲୋକଙ୍କୁ କହିଲା, ସ୍କୁଲରେ ପଢ଼ୁଥିବା +୨ ସେକେଣ୍ଡ ୟରର ଛାତ୍ର ମୋର ଭିଡିଓ ବାନେଇଦେଇଛି ଓ ଏହି ଭିଡିଓକୁ ସୋସିଆଲ ମେଡିଆରେ ପକେଇକି ଭାଇରଲ କରିବ ବୋଲି ଧମକ ଦେଉଛି । ଭିଡିଓକୁ ଇଣ୍ଟରନେଟରେ ନ ପକେଇବାପାଇଁ ସେ ମତେ ପଇସା ମାଗିଥିଲେ ଓ ମୁଁ ଘରୁ ପଇସା ଚୋରି କରିକି ଦେଇଥିଲି । ତାହାପରେ ସେ ମତେ ସବୁବେଳେ ବ୍ଲାକମେଲ କଲା ଓ ମୁଁ ବାପାଙ୍କ ଟ୍ୱିଜୋରୀରୁ ପଇସା ଚୋରି କରିକି ଦେଉଥିଲି ।
୮ ଲକ୍ଷ ୩୫ ହଜାର ଟଙ୍କା ନେଇଛି :-
ପୋଲିସଙ୍କ ଅନୁସାରେ, ବ୍ଳକମେଲୀଙ୍ଗର ଆରମ୍ଭ ୫୦ ହଜାର ଟଙ୍କାରୁ ହୋଇଛି । ତାହାପରେ ଛାତ୍ର ଏହି ଝିଅ ଉପରେ ପ୍ରେସର ପକେଇକି ୨୫ ହଜାର ଓ ୫୦ ହଜାର ଟଙ୍କା କିସ୍ତି ରୂପରେ ନେଉଥିଲା କିନ୍ତୁ ବାପାଙ୍କ ଟ୍ୱିଜୋରୀରୁ ଯେତେବେଳେ ପଇସା ପୁରା କମିଗଲା ଘରେ ତାଣ୍ଡବ ହୋଇଗଲା । ଘଟଣାଟି ସିସିଟିଭି ଲଗେଇଲାପରେ ସାମ୍ନାକୁ ଆସିଲା । ଝିଅଟି ଛାତ୍ରକୁ ଏପର୍ଯ୍ୟନ୍ତ ୮ ଲକ୍ଷ ୩୫ ହଜାର ଟଙ୍କା ଦେଇଛି ।
ଛାତ୍ର ଖସିଗଲା, ପୋଲିସ କରୁଛି ଖୋଜାଖୋଜି :-
ସତ ବାହାରିବାପରେ ବାପା ଝିଅ ସହିତ ଥାନାରେ ପହଁଚିଲେ ଓ ଛାତ୍ର ବିଷୟରେ ଏଫଆଇଆର ଦେଲେ । ପୋଲିସ ଛାତ୍ରକୁ ଧରିବାପାଇଁ ଗଲେ କିନ୍ତୁ ସେ ଘରୁ କୁଆଡେ ପଳେଇଯାଇଛି । ପୋଲିସ କହିଲା ଛାତ୍ର କୁଆଡେ ପଳେଇଛି ଓ ତାକୁ ଧରିଲାପରେ ସତ କଣ ଜଣାପଡ଼ିବ ।