ପୁରୁଷମାନେ ଏହି ୩ ଟି ଭୁଲ କାମ ଛାଡିଦେଲେ ସବୁଦିନ ରହିବେ ସ୍ଵସ୍ଥ, କେବେ ହେବନି ଶରୀରରେ ରୋଗ

ଆଜି କଲି ସବୁ ପୁଅମାନେ ଚାହାନ୍ତି ସ୍ଵସ୍ଥ ଏବଂ ବଳଶାଳୀ ରହିବା ପାଇଁ ମାତ୍ର କେବଳ ଜିମ ଯାଇ ଵର୍କ ଆଉଟ କଲେ ଶରୀର ସ୍ଵସ୍ଥ ଏବଂ ମଜବୁତ ରହେ ନାହିଁ । ଏତେ ସବୁ କଲା ପରେ ମଧ୍ୟ ପୁରୁଷମାନଙ୍କ ସ୍ଵାସ୍ଥ ରେ ଅସୁସ୍ଥତା ଦେଖା ଯାଇଥାଏ । ଆସନ୍ତୁ ଜାଣିବା ଏମିତି କିଛି ଖରାପ ଅଭ୍ୟାସ ବିଷୟରେ ଯାହାକୁ ତ୍ୟାଗ କଲେ ପୁରୁଷମାନଙ୍କ ସ୍ଵାସ୍ଥ ଜନିତ ସବୁ ସମସ୍ୟା ଦୂର ହେବ ।

ଅଧିକ ରାତ୍ରି ଯାଇ ଚେତା ରହିବା :

ସମସ୍ତଙ୍କ ପାଖରେ ଆଜିର ସମୟରେ ମୋବାଇଲ ଆଉ ଇଣ୍ଟରନେଟ ସୁବିଧା ଉପଲବ୍ଧ ଅଛି । ଅଧିକ ସମୟ ଯାଇ ରାତ୍ରି ରେ ନ ସୋଇ ମୋବାଇଲ ରେ ବ୍ୟସ୍ତ ରହିବା ସ୍ଵାସ୍ଥ ପାଇଁ ହାନିକାରକ ହୋଇଥାଏ । ନିଦ ପୁରା ନହେବା ଫଳରେ ଦିନସାରା ମଣିଷକୁ ହାଲିଆ ଲାଗେ ଓ କୌଣସି କାମରେ ମନ ଲାଗି ପାରେନାହିଁ । ଅଧିକ ସମୟରେ ଚେତା ରହିବା ଫଳରେ ବ୍ଲଡ଼ ପ୍ରେସର ଆଉ ଡ଼ାଈବିଟିଜ ଭଳି ସମସ୍ୟା ଦେଖାଯାଏ ।

ଭୋଜନ ଠିକ ସମୟରେ ନ କରିବା:

ଆଜି କାଲିର ବ୍ୟସ୍ତ ବହୁଳ ଜୀବନରେ ପୁରୁଷମାନେ ଚାକିରୀ ରେ ବ୍ୟସ୍ତ ରହି ନିଜର ଭୋଜନ କୁ ଠିକ ସମୟରେ ଗ୍ରହଣ କରି ପାରୁ ନାହାନ୍ତି । ଏହା ଫଳରେ ଶରୀରକୁ ଠିକ ସମୟରେ ପୋଷକ ତତ୍ୱ ମିଳି ପାରୁନାହିଁ । ଯାହା ଦ୍ୱାରା ଶାରୀରିକ ସମସ୍ୟା ଦେଖା ଯାଇଥାଏ ।

ଅଧିକ ଚିନ୍ତିତ ରହିବା:

ପୁରୁଷମାନେ ନିଜ ଚାକିରୀ ଓ ଘର ସମସ୍ୟା କୁ ନେଇ ଅଧିକ ଚିନ୍ତିତ ଥାଆନ୍ତି । ଅଧିକ ଚିନ୍ତିତ ରହିଲେ ଆମ ଶରୀର ସ୍ଵାସ୍ଥ ରହେ ନାହିଁ, ଏହା ଦ୍ୱାରା ମଣିଷର ମସ୍ତିସ୍କ ଉପରେ ବିଶେଷ କରି ଖରାପ ପ୍ରଭାବ ପଡେ ।

Leave a Reply