ଭାରତୀୟ କ୍ରିକେଟ ଟିମ ର ଅଧିନାୟକ ଓ ଉପ ଅଧିନାୟକ କ୍ରମାଗତ ଭଲ ପଦର୍ଶନ ପାଇଁ ଚର୍ଚା ରେ ଅଛନ୍ତି। ଅର୍ନ୍ତଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦ୍ୱାରା ସଦ୍ୟ ପ୍ରକାଶିତ ପୁରୁଷ ର୍ୟାଙ୍କିଙ୍ଗ୍ ତାଲିକାରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ଉପ-ଅଧିନାୟକ ରୋହିତ ଶର୍ମା ନିଜର ପ୍ରଥମ ଓ ଦ୍ୱିତୀୟ ସ୍ଥାନ କ୍ରମାଗତ ବଜାୟ ରଖିଛନ୍ତି।

ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପେସର ଯଶପ୍ରୀତ ବୁମରା ଆଇସିସି ଦିନିକିଆ ଖେଳାଳି ର଼୍ୟାଙ୍କିଙ୍ଗ୍ରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ରେ କୋହଲି ୩୧୦ ରନ୍ କରି ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ୮୯୯ ପଏଣ୍ଟ ସହ ନଂ ୧ ସ୍ଥାନକୁ ହାତେଇ ରଖିବାରେ ସଫଳ ହୋଇଛନ୍ତି।

ରୋହିତ ଶର୍ମା ୮୭୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଦୁଇଟି ଅର୍ଦ୍ଧଶତକ ସହ ୨୦୨ ରନ୍ କରିଥିଲେ। କେଦର ଯାଦବ ୧୧ ସ୍ଥାନ ଉପରକୁ ଉଠି ୨୪ ତମ ସ୍ଥାନ ଅଧିକାର କରିଛନ୍ତି। ବୋଲରଙ୍କ ତାଲିକାରେ ବୁମରା ସର୍ବାଧିକ ୭୭୪ ପଏଣ୍ଟ ସହ ନଂ ୧ ର଼୍ୟାଙ୍କରେ ରହିଛନ୍ତି। ତାଙ୍କ ପଛକୁ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ, ଆଫଗାନିସ୍ତାନର ରସିଦ ଖାଁ ଓ ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର ରହିଛନ୍ତି।

ଅଲରାଉଣ୍ଡର ର଼୍ୟାଙ୍କିଙ୍ଗ୍ର ଟପ୍ ୫ ମଧ୍ୟରେ କୌଣସି ଭାରତୀୟ ଖେଳାଳି ସ୍ଥାନ ପାଇନାହାନ୍ତି। ଦଳଗତ ମାନ୍ୟତାରେ ଇଂଲଣ୍ଡ ଓ ଭାରତ ଶୀର୍ଷରେ ଅଛନ୍ତି। ନ୍ୟୁଜିଲାଣ୍ଡ ଅଳ୍ପକେ ଦକ୍ଷିଣ ଆଫ୍ରିକାକୁ ଅତିକ୍ରମ କରି ୩ ୟ ସ୍ଥାନ ଅଧିକାର କରିଥିବାବେଳେ ଅଷ୍ଟ୍ରେଲିଆ ପଞ୍ଚମକୁ ଉଠିଛି।