ଦେଶରେ ଏମିତି ବହୁତ ଘଟଣା ଦେଖିବାକୁ ମିଳୁଛି ଯେଉଁଥିରେ ମହିଳା ମାନଙ୍କ ପ୍ରତି ଦୁଷ୍କର୍ମ ଓ ନିର୍ଯ୍ୟାତନା ଚରମ ସୀମା ରେ ପହଁଚିଛି। ନିଜ ସ୍ୱାମୀ ମଦ ନିଶା ରେ ସ୍ତ୍ରୀ କୁ ମାରିବା ଘଟଣା ବର୍ତମାନ ସାଧାରଣ କଥା ହୋଇ ସାରିଛି। ଏମିତି ଏକ ଘଟଣା ଆସାମ ରେ ଦେଖିବାକୁ ମିଳିଛି।
ଆସାମର ଲକ୍ଷ୍ମୀପୁରାରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ହୋଇଥିବା କଳହର ଦୁଃଖଦାୟକ ଅନ୍ତ ଘଟିଛି । ମଦୁଆ ସ୍ୱାମୀଠାରୁ ପ୍ରତିଦିନ ମାଡ଼ ଖାଇ ଖାଇ ସହିବାର ସୀମା ଟପି ଯାଇଥିଲେ ମହିଳା । ସବୁଦିନର ଏହି ସମସ୍ୟାକୁ ଶେଷ କରିବା ପାଇଁ ଅଭିଯୁକ୍ତ ମହିଳା ନିଜର ସ୍ୱାମୀଙ୍କ ମୁଣ୍ଡ ଶରୀରରୁ ଅଲଗା କରି ଦେଇଥିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ହତ୍ୟା ପରେ କଟା ମୁଣ୍ଡ ନେଇ ଅଭିଯୁକ୍ତ ମହିଳା ପୁଲିସ ଷ୍ଟେସନରେ ପହଞ୍ଚିବା ସହ ନିଜର ଦୋଷ ସ୍ୱୀକାର କରିଛନ୍ତି ।
ପୁଲିସ ଦେଇଥିବା ସୂଚନା ମୁତାବକ, ୫ଜଣ ପିଲାର ମା’ ଗୁଣେଶ୍ୱରୀଙ୍କୁ ତାଙ୍କ ମୃତ ସ୍ୱାମୀ ମଦ ପିଇ ଆସି ମାରପିଟ୍ କରୁଥିଲେ । ଘରେ ଥିବା କୁରାଢ଼ୀ ବେଣ୍ଟରେ ମୃତ ସ୍ୱାମୀ ଗୁଣେଶ୍ୱରୀଙ୍କୁ ମାଡ଼ ମାରୁଥିବା ବେଳେ ଦିନେ ନା ଦିନେ ତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିବେ ବୋଲି ଭାବି ଡ଼ରି ଯାଇଥିଲେ ଗୁଣେଶ୍ୱରୀ ।
ମଙ୍ଗଳବାର ଗୁଣେଶ୍ୱରୀଙ୍କ ସ୍ୱାମୀ ପୁଣି ଥରେ ମଦ ପିଇ ଆସି କୁରାଢ଼ୀରେ ମାଡ଼ ମାରିବାରୁ ରାଗରେ ଗୁଣେଶ୍ୱରୀ ସେହି କୁରାଢ଼ୀରେ ତାଙ୍କୁ ସ୍ୱାମୀଙ୍କ ମୁଣ୍ଡ କାଟ କରି ଦେଇଥିଲେ । ଏହା ପରେ ପୁଲିସ ନିଜର ତଦନ୍ତ କରି ରିପୋର୍ଟ କରିଛି।