ଯୁବରାଜ ସିଂହ ଡେଟ୍‌ କରିସାରିଛନ୍ତି ଏହି ସବୁ ଅଭିନେତ୍ରୀ ମାନଙ୍କୁ।

ଖାସ୍‌ ଭାବେ ବଲିଉଡ୍‌ ଅଭିନେତ୍ରୀଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ସବୁଠି ଚର୍ଚ୍ଚା ହେଉଥିଲା। ଦୀପିକା ପାଦୁକୋନଙ୍କଠାରୁ ଆରମ୍ଭ କରି ପ୍ରୀତି ଜିଣ୍ଟାଙ୍କ ପର୍ଯ୍ୟନ୍ତ ଅଭିନେତ୍ରୀଙ୍କୁ ସେ ଡେଟିଂ କରୁଥିଲେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଶେଷରେ ମଡେଲ ହେଜେଲ କିଚ୍‌ଙ୍କୁ ସେ ବିବାହ କରିଥିଲେ। ନଜର ପକାଇବା ୟୁବିଙ୍କ ପ୍ରେମିକା ତାଲିକା ଉପରେ।

ରିୟା ସେନ୍‌: ରିୟା ସେନ୍‌ଙ୍କ ସହ ଯୁବରାଜଙ୍କ ନାମ ଖୁବ୍‌ ଚର୍ଚ୍ଚାରେ ଥିଲା। ଏହି ଯୋଡିଙ୍କୁ ଅଧିକାଂଶ ସମୟରେ ଏକାଠି ଦେଖିବାକୁ ମିଳୁଥିଲା। ମାତ୍ର ସେମାନେ ନିଜ ସମ୍ପର୍କକୁ ନେଇ କେବେ ହେଲେ ମୁହଁ ଖୋଲି ନାହାନ୍ତି। କିଛି ଦିନ ପରେ ଏହି ସମ୍ପର୍କରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିଲା। ଖାଲି ସେତିକି ନୁହେଁ ଯୁବରାଜଙ୍କ ନାମ ଅହୁରି ଅନେକ ବଲିଉଡ୍‌ ଅଭିନେତ୍ରୀଙ୍କ ସହ ମଧ୍ୟ ଯୋଡ଼ି ହୋଇଛି। ସେମାନେ ହେଲେ ମିନିଷା ଲାମ୍ବା, ସୁପର ମଡେଲ ଆଞ୍ଚଲ କୁମାର।

କିମ୍‌ ଶର୍ମା: ଫିଲ୍ମ ‘ମହବତେ’ ଅଭିନେତ୍ରୀ କିମ୍‌ ଶର୍ମାଙ୍କ ନାମ ଯୁବରାଜଙ୍କ ସହ ଯୋଡ଼ି ହୋଇଥିଲା। ଏହି ଯୋଡିକୁ ନେଇ ଉକ୍ତ ସମୟରେ ଚର୍ଚ୍ଚା ମଧ୍ୟ ଜୋର୍‌ ଧରିଥିଲା। ପାଖାପାଖି ୪ ବର୍ଷ ଲିଭ୍‌-ଇନ୍‌ରେ ରହିବା ପରେ ୨୦୦୭ରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। କୁହାଯାଏ, ଯୁବରାଜଙ୍କ ମା’ ଶବନମ କିମ୍‌ଙ୍କୁ ପସନ୍ଦ କରୁ ନ ଥିଲେ। ତେଣୁ ମା’ଙ୍କ କଥା ମାନି ଯୁବରାଜ କିମ୍‌ଠାରୁ ଦୂରେଇ ଯାଇଥିଲେ।

ପ୍ରୀତି ଜିଣ୍ଟା: ଦୀପିକାଙ୍କ ସହ ପ୍ରେମ ସମ୍ପର୍କ ଭାଙ୍ଗିବା ପରେ ଯୁବରାଜ ପ୍ରୀତି ଜିଣ୍ଟାଙ୍କ ନିକଟତର ହୋଇଥିଲେ। ଏହାର କାରଣ ଥିଲା ଆଇପିଏଲ୍‌। ପ୍ରୀତି ‘କିଙ୍ଗ୍‌ ଇଲେଭେନ୍‌ ପଞ୍ଜାବ’ ଟିମ୍‌ର ସହମାଲିକାଣୀ ଥିବାବେଳେ ଯୁବରାଜ ଏହି ଟିମ୍‌ ପକ୍ଷରୁ ଖେଳୁଥିଲେ। ମ୍ୟାଚ୍‌ ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିଲା। ମାତ୍ର ସେମାନେ ଏହି ସମ୍ପର୍କକୁ ବନ୍ଧୁତ୍ୱର ନାମ ଦେଇଥିଲେ।

ଦୀପିକା ପାଦୁକୋନ: ୨୦୦୭ରେ ଯୁବରାଜଙ୍କ କ୍ୟାରିୟର ଭଲ ଚାଲିଥିଲା। ଟି-୨୦ ବିଶ୍ୱକପ୍‌ ସମୟରେ ତାଙ୍କ ବ୍ୟାଟିଂ ଖୁବ୍‌ ଚର୍ଚ୍ଚାରେ ଥିଲା। ଏହି ସମୟରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ତାଙ୍କ ନାମ ଯୋଡ଼ି ହୋଇଥିଲା। ଦୀପିକା ତାଙ୍କ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମ୍‌ରେ ମଧ୍ୟ ପହଞ୍ଚି ଯାଉଥିଲେ। ମାତ୍ର ଏହି ଯୋଡି ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନ ଥିଲା।

Leave a Reply