ପୋଲିସ ଷ୍ଟେସନରେ ୧୭ ବର୍ଷରୁ ଡବାରେ ବନ୍ଦ ଥିଲା ଯୁବକର କଙ୍କାଳ, ହେଲା ଏମିତି ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ପୁଣେ. ଏଠାରେ ୧୭ ବର୍ଷରୁ କୋଥରୁଡ଼ ପୋଲିସ ଷ୍ଟେସନରେ ପଡିଥିବା ଗୋଟେ ମାନବ କଙ୍କାଳକୁ ପୋଲିସମାନେ ମଙ୍ଗଳବାର ଦିନ ଅନ୍ତିମ ସଂସ୍କାର କଲେ । ପୋଲିସ ଷ୍ଟେସନର ନିର୍ମାଣ କାର୍ଯ୍ୟ ସମୟରେ ଷ୍ଟୋରରୁମରେ ଗୋଟେ ଡବାରେ ବନ୍ଦଥିଲା । ଶବର ଚିହ୍ନଟ କରିବାପରେ ପରିବାର ଲୋକଙ୍କୁ ମଧ୍ୟ ସେଠାକୁ ଡାକିଥିଲେ ।

ବର୍ଷ ୨୦୦୨ରେ ହେଇଥିଲା ହତ୍ୟା :

କୋଥରୁଡ଼ ପୋଲିସଙ୍କ କହିବା ଅନୁସାରେ, ପୁଣେରେ ରହୁଥିବା ୧୬ ବର୍ଷର ନିଖିଳ ରଣପିସେ ନାମକ ଜଣେ ଯୁବକର ବର୍ଷ ୨୦୦୨ରେ ମୃତ୍ୟୁ କରାଯାଇଥିଲା । ତାଙ୍କର ଶବ ଏମଆଇଟି କଲେଜର ପଛପଟେଥିବା ପାହାଡ଼ରେ କ୍ଷତବିକ୍ଷତ ଅବସ୍ଥାରେ ମିଳିଥିଲା । ୨ବର୍ଷ ପର୍ଯ୍ୟନ୍ତ ଏହି ମାମଲାର ତଦନ୍ତ ଚାଲିଲା ଓ ୨୦୦୪ରେ ଏହି ମୃତ୍ୟୁର ସମାଧାନ କଲେ ।

ଚୋରିର ପଇସାକୁ ବାଣ୍ଟିବା ବିଷୟରେ ହେଇଥିଲା ହତ୍ୟା :

ପୋଲିସ ଅନୁସାରେ, ନିଖିଲର ହତ୍ୟାର ଅଭିଯୋଗ ତାଙ୍କର ୨ ସାଙ୍ଗଙ୍କ ଉପରେ ଲାଗିଥିଲା । ଚୋରିର ପଇସାକୁ ବାଣ୍ଟିବା ବିଷୟରେ ଝଗଡା ହେଇଥବା କଥା ସାମ୍ନାକୁ ଆସିଛି । ଏହି ଚୋରି ନିଖିଲର ଜଣେ ସମ୍ପର୍କୀୟଙ୍କ ଘରେ କରିଥିଲେ । କିନ୍ତୁ, ସାକ୍ଷୀ ଅଭାବରୁ ଅଭିଯୁକ୍ତ ନିର୍ଦୋଷ ସାବ୍ୟସ୍ତ ହେଲେ ଓ ଅଦାଲତ ତାଙ୍କୁ ଛାଡିଦେଇଥିଲା ।

ତାହାପରେ ନିଖିଲାର ଶବକୁ କୋଥରୁଡ଼ ପୋଲସ ଷ୍ଟେସନରେ ଗୋଟେ ଡବାରେ ବନ୍ଦ କରିକି ରଖାଗଲା । ପୋଲସ ତାଙ୍କ ପରିବାର ଲୋକଙ୍କୁ ଶବ ନେଇଯିବାପାଇଁ କହିଲେ କିନ୍ତୁ କେହି ନେବାକୁ ଆସିଳେନାହିଁ । ଘଟଣାର କିଛିଦିନପରେ ସେମାନେ ପୁଣେ ସହର ଛାଡିକି କୁଆଡେ ଚାଲିଗଲେ ।

୧୭ ବର୍ଷ ପରେ ଏମିତି ମିଳିଲା କଙ୍କାଳ :

କିଛିଦିନ ପୂର୍ବରୁ ପୋଲିସ ଷ୍ଟେସନର ମରାମତି କାର୍ଯ୍ୟ ଆରମ୍ଭ କରିଥିଲା ଓ ଏହି ସମୟରେ କଙ୍କାଳ ମିଳିଥିଲା । ତଦନ୍ତ ପରେ ଜଣାପଡିଲା କଙ୍କାଳଟି ହଉଚି ନିଖିଳ ନାମକ ଯୁବକର । ପୋଲସ ସେହି କଙ୍କାଳର ଅନ୍ତିମସଂସ୍କାର କରିବା ।

Leave a Reply