ଆଇସିସି କ୍ରିକେଟ ବିଶ୍ଵକପ ୨୦୧୯ ର ଆରମ୍ଭ ହେଇଯାଇଛି | ଭାରତୀୟ ଟିମ ବିଶ୍ୱ କପ ଜିତିବାପାଇଁ ପ୍ରମୁଖ ମାନାଯାଉଅଛି | କିଛି ଟିମ ଏପର୍ଯ୍ୟନ୍ତ ୨-୨ ଟା ମ୍ୟାଚ ଖେଳିସାରିଛନ୍ତି | ଯାହାକି ବିଶ୍ୱ କପରେ ଭାରତୀୟ ଟିମ ତାର ପ୍ରଥମ ମ୍ୟାଚ ସାଉଥ ଆଫ୍ରିକା ସହ ବୁଧବାର ଦିନ ଖେଳିବାକୁ ଯାଉଛି | ଭାରତୀୟ ଟିମ ପାଖରେ ପ୍ରାୟ ସମୟ ଥିଲା | ଅଧିନାୟକ ବିରାଟ କୋହଲିଙ୍କ ସହ ସବୁ ଖେଳାଳି ଖାଲି ସମୟରେ ପ୍ରାୟ ମସ୍ତି କରିଛନ୍ତି | ବିଶ୍ୱ କପରେ ଭାରତୀୟ ଟିମ କାର୍ଯ୍ୟକଳାପ ଉପରେ ଆଧାରିତ ଷ୍ଟାର ସ୍ପୋର୍ଟ୍ସର ବିଶେଷ ସୋ ଫଲୋ ଦ ବ୍ଲୁଜରେ କଥା ହେଉଥିବା ସମୟରେ ଭାରତୀୟ ଅଧିନାୟକ ବିରାଟ କୋହଲି କଣ କହିଛନ୍ତି ? ଆସନ୍ତୁ ଜାଣିବା :-

ମହେନ୍ଦ୍ର ସିଂ ଧୋନିଙ୍କ ସମ୍ପର୍କ ବିଷୟରେ ଭାବୁକ ହୋଇ ବିରାଟ କୋହଲି କହିଲେ କି ମହେନ୍ଦ୍ର ସିଂ ଧୋନି ତାଙ୍କୁ ପ୍ରଥମଥର ପାଇଁ ମ୍ୟାଚ ଖେଳିବାକୁ ସୁଯୋଗ ଦେଇଥିଲେ | ସେ ଆଗକୁ କହିଲେ କି ଧୋନି ଜଣେ ବ୍ୟକ୍ତି ଯିଏ ମତେ ମୋର କ୍ୟାରିଅରର ପ୍ରଥମ ମ୍ୟାଚରେ ଓପନିଂ କରିବା ପାଇଁ ଅବସର ଦେଇଥିଲେ | ମୋ ଭିତରେ ତାଙ୍କ ପ୍ରତି ବହୁତ ସଂମାନ ଅଛି ଯାହାକି ଶବ୍ଦରେ କୁହାଯାଇପାରିବ ନାହିଁ | ମୋ ପାଇଁ ସେ ସବୁବେଳେ ଅଧିନାୟକହିଁ ରହିବେ | କାହିଁକି ନା ମୁ ତାଙ୍କ ନେତୃତ୍ୱରେ ମୋ କ୍ୟାରିଅରର ଆରମ୍ଭ ନଡରିକି କରିଥିଲି | ଭାରତୀୟ ଅଧିନାୟକ ଭାବୁକ ହୋଇ କହିଲେ ମୁ ତାଙ୍କ ପ୍ରତି କିଛିଭି କରିବା ପାଇଁ ପ୍ରସ୍ତୁତ ଅଛି |

ବିରାଟ ଆଗକୁ କହିଲେ ଯଦି ମୋର କାହା ଉପରେ ଭରସା ଅଛି ସେ ହଉଛନ୍ତି ମହେନ୍ଦ୍ର ସିଂ ଧୋନି | ତାଙ୍କ ଓ ମୋ ମଧ୍ୟରେ କୌଣସି ପ୍ରକାରର ସ୍ପଷ୍ଟୀକରଣର ଆବଶ୍ୟକତା ନାହିଁ | କାହିଁକିନା ଆମେ ଜାଣିଛୁ ଆମର ଆବଶ୍ୟକତା ଭାରତୀୟ କ୍ରିକେଟ ଓ ଆମେ ଆମ ଟିମ ପାଇଁ କିଛିଭି କରିବୁ | ଧୋନି ଓ ମୋର ସମ୍ବନ୍ଧ ଏତେ ଦୃଢ ହେବାର ସବୁଠୁ ବଡ କାରଣ | ସଚୋଟ ଓ ଆମର ଦୃଢ ମନୋବଳ |

ବିଶ୍ୱ କପ ସମୟରେ ପ୍ରଥମଥର ଅଧିନାୟକପଦ ଗ୍ରହଣ କରିବା ବିଷୟରେ ଭାରତୀୟ ଅଧିନାୟକ କହିଲେ ଭଲ ଅଧିନାୟକ ଭାବରେ ଏହି ବିଶ୍ୱ କପ ମୋପାଇଁ ଟିକେ ଅଲଗା | ମୁ ୨୦୧୫ ବିଶ୍ୱ କପରେ ଜଣେ ଅନୁଭବୀ ଖେଳାଳି ଥିଲି ଓ ୨୦୧୧ ବିଶ୍ୱ କପରେ ଯେତେବେଳେ ଜିତିଥିଲୁ ସେ ସମୟରେ ମୁ ଯୁବ ଖେଳାଳି ଥିଲି | ଜିତିବା ପରେ ମୁ ବହୁତ ଖୁସି ଥିଲି କିନ୍ତୁ ମୁ ବେଶୀ ଭାବୁକ ହୋଇନଥିଲି | କାହିଁକିନା ସେ ସମୟର ଅନୁଭବ ହେଲାନାହିଁ | ବିଶ୍ୱ କପ ୨୦୧୯ ସମ୍ପୂର୍ଣ ଅଲଗା | କାହିଁକିନା ସମସ୍ତଙ୍କ ନଜର ଆମ ଉପରେ ଜମାହୋଇଅଛି ଏବଂ ଚାପ ଏକ ଅଲଗା ପ୍ରକାର ହୋଇଛି | ନିଶ୍ଚିତ ରୂପରେ ମୁ ଏହି ବିଶ୍ୱ କପ ପାଇଁ ବହୁତ ଉତ୍ସାହିତ ଅଛି |