ଏହି ଦୁନିଆରେ ବହୁତ ଲୋକ ପ୍ରତିଭାବାନ ଅଛନ୍ତି ମାତ୍ର ବେଳେବେଳେ କେତେକ ସ୍ଥାନରେ ଅସଫଳ ହୋଇଥାନ୍ତି। ବିଶେଷକରି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ମନରେ ଭୟ ରହିଥାଏ। ମାତ୍ର ଏହି ସବୁ ତଥ୍ୟ କୁ ଧ୍ୟାନ ଦେଲେ ଆପଣ ଇଣ୍ଟରଭ୍ୟୁ ରେ ଉତୀର୍ଣ୍ଣ ହୋଇପାରିବେ।
ଆସନ୍ତୁ ଜାଣିବା କିଛି ଟିପ୍ସ :
ଇଣ୍ଟରଭ୍ୟୁରେ ସଫଳ ହେବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ସିଭି। ସିଭି ଭଲ ଭାବେ ତିଆରି ହୋଇଥିବା ଦରକାର। ଏଥିପାଇଁ ସିଭିରେ ନିଜର ସମସ୍ତ ତଥ୍ୟ ଠିକ୍ ଭାବେ ଉଲ୍ଲେଖ କରନ୍ତୁ। ଏଥିସହ ସିଭିରେ ଯାହା ଲେଖିଛନ୍ତି ତାହା ସତ ହୋଇଥିବା ଆବଶ୍ୟକ।
କୌଣସି ଅଫିସରେ ଯେଉଁ ବିଭାଗ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି ସେ ସମ୍ପର୍କିତ ପ୍ରଶ୍ନର ଉତ୍ତର ସ୍ପଷ୍ଟ ଭାବେ ଦେବା ଉଚିତ। ଏଥିସହିତ ନିଜ ଭିତରେ ଆତ୍ମବିଶ୍ୱାସ ରହିବା ଦରକାର। ଇଣ୍ଟରଭ୍ୟୁ ସମୟରେ ଆତ୍ମବିଶ୍ଵାସୀ ହେବାକୁ ପଡ଼ିବ।
ନିଜର ପରିସ୍ଥିତିକୁ ଭଲ ଭାବେ ଅନୁଧ୍ୟାନ କରନ୍ତୁ। ଯାହା ଟାସ୍କ ଦିଆଯାଇଥିବ ତାହା ନିର୍ଭୁଲ ଭାବେ କରିବା ପାଇଁ ଚେଷ୍ଟା କରନ୍ତୁ। ଆପଣ ମଧ୍ୟ ଇଣ୍ଟରଭ୍ୟୁ ନେଉଥିବା ବ୍ୟକ୍ତିଙ୍କୁ କିଛି ପ୍ରଶ୍ନ ଖୋଲାଖୋଲି ପଚାରନ୍ତୁ। ମନେରଖନ୍ତୁ ଛୁଟି ଏବଂ ଦରମା କଥା ଆଦୌ ପଚାରିବେ ନାହିଁ। କିଛିଦିନ ଧୈର୍ଯ୍ୟର ସହ ଫଳାଫଳକୁ ଅପେକ୍ଷା କରନ୍ତୁ। ସଫଳତା ନିଶ୍ଚିତ ମିଳିବ।