୨୬ ଜୁଲାଇ ୧୯୯୪ ରେ ହରିୟାଣା ରେ ଜନ୍ମ ଗ୍ରହଣ କରିଥିବା ମାହିକ ” ଡା ସୁଟ ଲାଇଫ କରନ ଏଣ୍ଡ କବିର”,ପୁଲିସ ଫେକ୍ଟରୀ ଓ ତୁ ମେରେ ଅଗଲା ବଗଲ ହେ ଯେପରି ଟିଭି ସିରିଜ଼ ରେ କାମ କରିସାରିଛନ୍ତି ଏହି ଅଭିନେତ୍ରୀ । ଏହା ସହ ୨୦୧୨ ରେ ଟିଭି ସିରିଏଲ ରାମାୟଣ ରେ ମଧ୍ୟ ଅମ୍ବା ଭୂମିକାରେ ଅଭିନୟ କରିସାରିଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସେ କେତେ ପସନ୍ଦ କରନ୍ତି ଏବଂ କ’ଣ ପାଇଁ କରନ୍ତି, ସେ ବିଷୟରେ ଇନ୍ଷ୍ଟାରେ ଲେଖି ପୋଷ୍ଟ କରିବା ପରେ ଏବେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସେ ଲେଖିଛନ୍ତି ଯେ ରାହୁଲ ସମସ୍ତଙ୍କ ମୁହଁରେ ହସ ଦେଇ ପାରୁଥିବା ଏକ ରାଜା ର ଦାଇତ୍ୱ ଅଟେ ଯାହା ରାହୁଲ କରୁଛନ୍ତି ।
ଏହା ସହ ଆଉ ଏକ ପୋଷ୍ଟ କରି ଦେଶର ଭବିଷ୍ୟତ ପାଇଁ ରାହୁଲ ଗାନ୍ଧୀ ୨୦୧୯ର ଲୋକସଭା ଜିତନ୍ତୁ ବୋଲି କହିଛନ୍ତି । ସେଥିପାଇଁ ମାହିକା ଚୈତ୍ର ନବରାତ୍ରୀ କରିଥିବା କଥା ମଧ୍ୟ ଲେଖିଥିଲେ ।

ଏହା ପୂର୍ବରୁ ମଧ୍ୟ ବିଙ୍ଗ କମାଣ୍ଡର ଅଭିନନ୍ଦନ ଙ୍କ ସ୍ବଦେଶ ଫେରିବା ସମୟରେ ମଧ୍ୟ ଏଭଳି ଖବର ଶୁଣିବାକୁ ମିଳିଥିଲା ।
ଏବଂ ଏହା ପୂର୍ବରୁ ୨୦୧୮ ମସିହାରେ ଏକ ଟିଭି ଇଣ୍ଟରଭିଉ ରେ ପାକିସ୍ତାନର ଖେଳାଳି ସାହିଦ ଆଫ୍ରିଦି ଙ୍କୁ ମଧ୍ୟ ୧୩ ବର୍ଷ ବୟସରୁ ପସନ୍ଦ କରିଆସୁଥିବା ଏହି ଅଭିନେତ୍ରୀ ଏଭଳି ଏକ ମାନ୍ତ୍ୟବ୍ୟ ଦେଇ ଚର୍ଚ୍ଚା କୁ ଆସିଥିଲେ ।