ବର୍ତମାନ ଭାରତରେ ମହିଳାମାନଙ୍କ ଉପରେ ନିର୍ଯାତନା ର ମାମଲା ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି । ମହିଳା ମାନଙ୍କ ଚୁପ ରହିବା ସେମାନଙ୍କ ପାଇଁ କଲା ହୋଇଥିବା ବେଳେ ଏକ ସାହାସୀ ମହିଳା ଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହଉଚି ।

କର୍ଣ୍ଣାଟକର ଦାବନଗେରେ ଜିଲ୍ଲାରେ ଲୋନ ବଦଳରେ ସେକ୍ସ ଚାହିଁ ଜଣେ ବ୍ୟାଙ୍କ ମ୍ୟାନେଜର ମହିଳାଙ୍କ ହାତରୁ ନିଧୂମ ଛେଚା ଖାଇଛନ୍ତି । ଅଭିଯୋଗ ଅନୁଯାୟୀ ମହିଳା ଜଣଙ୍କ ଲୋନ ପାଇଁ ବ୍ୟାଙ୍କକୁ ଯାଇଥିଲେ, କିନ୍ତୁ ମ୍ୟାନେଜର ଲୋନ ଅନୁମୋଦନ କରାଇବା ବଦଳରେ ଶାରୀରିକ ସଂପର୍କ ରଖିବାକୁ କହିଲେ । ମହିଳାଙ୍କ କହିବା ଅନୁଯାୟୀ ବ୍ୟାଙ୍କ ମ୍ୟାନେଜର ହୀନ ଉଦ୍ଦେଶ୍ୟରେ ତାଙ୍କୁ ଛୁଇଁଥିଲେ ।ଯାହା ପରେ ସେ ମ୍ୟାନେଜରଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ବ୍ୟାଙ୍କ ମ୍ୟାନେଜରଙ୍କୁ ମହିଳା ପିଟୁଥିବାର ଭିଡ଼ିଓ ଭାଇରାଲ ମଧ୍ୟ ହୋଇଛି । ଯାହା ପରେ ପୋଲିସ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଡିଏଚଏଫଏଲ ବ୍ୟାଙ୍କକୁ ଦୁଇ ଲକ୍ଷ ଟଙ୍କା ଲୋନ ପାଇଁ ଆବେଦନ କରିଥିଲେ । ମାତ୍ର ସେଠାକାର ମ୍ୟାନେଜର ତାଙ୍କୁ ହୀନ ଉଦ୍ଦେଶ୍ୟରେ ସ୍ପର୍ଶ କରିବା ସହିତ କହିଥିଲେ ଯେ ଯଦି ଲୋନ ଚାହୁଁଛ ତେବେ ଏହା ପୂର୍ବରୁ ମୋ ସହିତ ଶାରୀରିକ ସଂପର୍କ ରଖିବାକୁ ପଡ଼ିବ । ଏଥିରେ କ୍ରୋଧିତ ହୋଇ ମହିଳା ଜଣକ ବ୍ୟାଙ୍କ ମ୍ୟାନେଜରଙ୍କ ସାର୍ଟ କଲର ଧରି ବ୍ୟାଙ୍କ ଭିତରୁ ବାହାରକୁ ଟାଣି ଆଣିଥିଲେ ।
ଏହା ପରେ ବାହାରେ ମହିଳା ଜଣକ ଏକ ଲାଠି ଜରିଆରେ ବ୍ୟାଙ୍କ ମ୍ୟାନେଜରଙ୍କୁ ପିଟିବା ଆରମ୍ଭ କରିଥିଲେ । ପରେ ଦୁଇ ଜଣ ବ୍ୟକ୍ତି ମ୍ୟାନେଜରଙ୍କୁ ବଞ୍ଚାଇଥିଲେ ।ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଘଟଣା ବିଷୟରେ ଅବଗତ ହେବା ପରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଥିଲା । ପରେ ବ୍ୟାଙ୍କ ମ୍ୟାନେଜରଙ୍କୁ ନିଲମ୍ବିତ କରିଦିଆ ଯାଇଥିବା ଜଣାପଡ଼ିଛି ।