ଏହି ବର୍ଷ ବିଶ୍ୱକପ ହେବାକୁ ଯାଉଥିବା ବେଳେ ନିଜର ପତିକ୍ରିୟା ରଖିଲେ ପୂର୍ବତମ ଖେଳାଳି ବୀରେନ୍ଦ୍ର ସେହେବାଗ । ବିରେନ୍ଦ୍ର ସେହେବାଗ ଏକ ସାକ୍ଷାତକାରରେ କହିଥିଲେ ଯେ ଆଗକୁ ବିଶ୍ୱକପ କୁ ଦୃଷ୍ଟିରେ ରଖି ବିଶ୍ୱର ସମସ୍ତ ଦଳ ନିଜ ନିଜ ଦଳକୁ ମଜ଼ଭୁତ କରିବାପାଇଁ ପ୍ରୟାସ ଜାରି ରଖିଛନ୍ତି । ଭାରତ ବିଶ୍ୱକପ୍ ଜିତିବାକୁ ହେଲେ ଏହି ଖେଳାଳୀକୁ ନିଜ ଟିମ୍ ରେ ସ୍ଥାନ ଦେବାକୁ ହେବ ବୋଲି ସେହେବାଗ ମତ ରଖିଛନ୍ତି ।
ଆସନ୍ତୁ ଜାଣିବା ସେହି ଖେଳାଳୀ ଙ୍କ ବିଷୟରେ :
ଗତ ଇଂଲଣ୍ତ ବିପକ୍ଷର ଟେଷ୍ଟ ମ୍ୟାଚରେ ଶାନଦାର ଶତକ ଲଗାଇଥିବା ପନ୍ଥ ହେଉଛନ୍ତି ଧୋନୀଙ୍କ ବିକଳ୍ପ । ଏହି ମଧ୍ୟରେ ବିରେନ୍ଦ୍ର ସେହ୍ୱାଗ କହିଲେ କି ଧୋନୀଙ୍କ ପରି ଆଉ କେହି ବ୍ୟାଟ୍ସମ୍ୟାନ ନାହିଁ । ପନ୍ଥ ସେମିତି ଭଲ ଖେଳ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ବିଶ୍ୱକପ୍ ପାଇଁ ପନ୍ଥ ଧୋନୀଙ୍କ ସ୍ଥାନ ନେବା ଏହା ଠିକ୍ ହେବ ନାହିଁ । ଧୋନୀ ଓ ପନ୍ଥଙ୍କ ବରାବରି କରାଯାଇପାରିବ ନାହିଁ । ଧୋନୀ ୩୦୦ ରୁ ଅଧିକା ଏକ ଦୀବସୀୟ ମୁକାବଲା ଖେଳିଛନ୍ତି ଓ ପନ୍ଥ ୨୦ ଟି ମ୍ୟାଚ ଖେଳି ନାହାନ୍ତି । ଏଥିପାଇଁ ଧୋନୀ ଓ ରିଷଭଙ୍କ ସହ ତୁଳନା କରିବା ଭୁଲ୍ ହେବ ।
ଧୋନୀ ଏପରି ଜଣେ ଖେଳାଳୀ ଅଟନ୍ତି , ଯିଏକି ଯେ କୌଣସି ପରିସ୍ଥିତିରେ ଟିମ୍ କୁ ଜିତ୍ ହାସିଲ୍ କରାଇପାରିବେ । ଓ ଧୋନୀଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ତିଆ ଆଇସିସି ବହୁତ ମେଜର ଇଭେଣ୍ଟରେ ଜିତ୍ ହାସିଲ୍ କରିଥିଲେ । ସେ ଦୁନିଆଁର ଟପ୍ ଅଧିନାୟକରେ ଗଣନା ହୁଅନ୍ତି । ଧୋନୀ ବହୁତ ଗୁଡିକ ମ୍ୟାଚ ହାରିବା ସ୍ଥିତିରୁ ଜିତିକରି ଦେଖାଇଛନ୍ତି । ଧୋନୀ ଜଣେ ଅନୁଭବୀ ଖେଳାଳୀ ଅଟନ୍ତି । ଟିମ୍ ଭଲ ରହିବାକୁ ହେଲେ ଧୋନୀ ଟୀମ୍ ରେ ରହିବା ଜରୁରୀ । ଏବଂ ଯଦି ଧୋନିଙ୍କ ବିକଳ୍ପ ଭାବେ ରିଷଭ ପନ୍ଥ ଙ୍କୁ ଦଳରେ ଜାଗା ଦେବା ଠିକ ହବ ବୋଲି ସେହେବାଗ କହିଥିଲେ ।
ଏବଂ ଏହା ମଦ୍ୟ କହିଛନ୍ତି ଯେ ଧୋନୀ ସନ୍ୟାସ ନେଲା ପରେ ରିଷଭ ପନ୍ଥ ତାଙ୍କ ଜାଗା ନେଇପାରିବେ କିନ୍ତୁ ଧୋନି ସହ ରିଷଭ ପନ୍ଥ କୁ ତୁଳନା କରାଯାଇପାରିବ ନାହିଁ ।