ଆଜି ଆମେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ ଙ୍କ ସମ୍ପତି ବିଷୟରେ କହିବାକୁ ଯାଉଛୁ, ୨୦୧୪ ନିର୍ବାଚନରେ ରାହୁଲଙ୍କ ସମ୍ପତ୍ତି ୧୦ କୋଟି ଟଙ୍କା ଥିବାବେଳେ ୫ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତି ୪ କୋଟି ୮୫ ଲକ୍ଷ ଟଙ୍କା ବୃଦ୍ଧି ଘଟିଛି। ୱାୟନାଡ଼ରେ ପ୍ରାର୍ଥିପତ୍ର ଦାଖଲ ସମୟରେ ରାହୁଲ ତାଙ୍କ ସମ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି।

ତାହାଲେ ଗତ ୫ ବର୍ଷ ଭିତରେ ତାଙ୍କ ସମ୍ପତ୍ତି ୬୮ ପ୍ରତିଶତ ବଢିଛି। ୱାୟନାଡ଼ରେ ଲୋକ ସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏଥିଲେ ରାହୁଲ ନିଜ ସମ୍ପତ୍ତି ବିଷୟରେ ଉଲ୍ଲେଖ କରିବା ପରେ ଏହି ତଥ୍ୟ ପଦାକୁ ଆସିଛି। ରାହୁଲଙ୍କ ସମ୍ପତ୍ତିର ପରିମାଣ ମୋଟ ୧୫.୮୮ କୋଟି ଟଙ୍କା ବୋଲି ଜଣାପଡିଛି।

୨୦୧୪ ନିର୍ବାଚନବେଳେ ଏହା ୯.୪କୋଟି ଟଙ୍କା ଥିଲା। ରାହୁଲଙ୍କ ପାଖରେ କୌଣସି କାର୍ ନ ଥିଲାବେଳେ ୭୨ ଲକ୍ଷ ଟଙ୍କାର ସେ ଋଣ କରିଛନ୍ତି। ଦିଲ୍ଲୀରେ ତାଙ୍କର ପୈତୃକ ଜମି ରହିଛି। ୨୦୧୭-୧୮ ବର୍ଷରେ ତାଙ୍କର ମୋଟ ୧୧ଲକ୍ଷ ୮୫ହଜାର ୫୭୦ଟଙ୍କା ଆୟ ଥିଲା। ରାହୁଲଙ୍କ ବିରୋଧରେ ୫ଟି ମାମଲା ଥାନାରେ ଚାଲିଛି ବୋଲି ନାମାଙ୍କନ ପତ୍ରରେ ସେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଓ୍ବାୟନାଡ ଆସନ ସହ ଉତ୍ତର ପ୍ରଦେଶର ଆମେଠି ଲୋକ ସଭା ଆସନରୁ ମଧ୍ୟ ରାହୁଲ ନିର୍ବାଚନ ଲଢୁଛନ୍ତି।